ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟ ର ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟ ର ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟ ର ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଜପତି,୧୧.୯(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପଞ୍ଚାୟତ ଓ ଗୁରାଣ୍ଡି ଗ୍ରାମ ର ପୁରାତନ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁରାଣ୍ଡି ଗ୍ରାମ ର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଗୁରାଣ୍ଡି ବରିଷ୍ଠ ନାଗରିକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ଗୁରାଣ୍ଡି ମାଟିର ଗର୍ବ ଅବସର ପ୍ରାପ୍ତ କର୍ଣ୍ଣଲ ସନ୍ତୋଷ ଜେନା, ମହେନ୍ଦ୍ରାଅଞ୍ଚଳ ବନ୍ୟଖଣ୍ଡ ଅଧିକାରୀ ଅମିତ ଶୁଭ୍ରଜିତ୍ , ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର , ସମିତି ସଭ୍ୟା ପାଇଲୁ ମିନାକ୍ଷୀ , peo ବିନୋଦଚନ୍ଦ୍ର ଗୁଡ଼, gpo .Ad ପ୍ରସାଦ, ଗୁରାଣ୍ଡି Ri ଦୁସମନ୍ତ ବେହେରା ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ, ମାନ୍ୟଗଣ ବ୍ୟକ୍ତି ବିଶେଷ ତଥା ପ୍ରକୃତି ପ୍ରେମୀ ଯୋଗଦାନ କରିଥିଲେ । ଏଠାରେ ସମାଜସେବୀ , ସ୍ବେଚ୍ଛାସେବୀ, ତୁଷାର କାନ୍ତ ସାମିଲ ଓ ଉମାଶଙ୍କର ପାତ୍ର ମହୋଦୟ ସମ୍ବର୍ଦ୍ଧିତ ହୋଇଥିଲେ । ବୃକ୍ଷରୋପଣ ଆବଶ୍ୟକତା ଓ ମହନୀୟତା ଉଦ୍ଦେଶ୍ୟକୁ ଆଖିରେ ରଖି ଏକ ବିରାଟ ସଚେତନତା ଶୋଭାଯାତ୍ରା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟ ତରଫରୁ ବାହାରିଲା । ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କରୁଣା ଶ୍ରୀରାମ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ମୀନକେତନ କଲେଜ ଅଧ୍ୟକ୍ଷଙ୍କ ସମେତ କଲେଜ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ସଚେତନତା ରାଲିର ସମସ୍ତ ଦାୟିତ୍ୱ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସସ୍ମିତା କୁମାରୀ ଜେନା ସୁଚାରୁ ରୂପେ ତୁଲାଇଥିଲେ । ଶୋଭାଯାତ୍ରା ପରେ ବିଦ୍ୟାଳୟର ମିନି ଷ୍ଟାଡିୟମ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା । ସେଠାରେ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ବୃକ୍ଷର ମହନୀୟତା ଓ ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା କହିଥିଲେ । ଗ୍ରାମବାସୀ ସମେତ ସମସ୍ତ ପ୍ରକୃତି ପ୍ରେମୀ ବହୁସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମ ଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।