ଶ୍ରୀମିନାଝୋଲା ଶୈବ ପୀଠରେ ଶିବ ପାର୍ବତୀ ବିବାହ ଓ ଶୀତଳଷଷ୍ଠି ମୋହତ୍ସବ

ଶ୍ରୀମିନାଝୋଲା ଶୈବ ପୀଠରେ ଶିବ ପାର୍ବତୀ ବିବାହ ଓ ଶୀତଳଷଷ୍ଠି ମୋହତ୍ସବ

ଶ୍ରୀମିନାଝୋଲା ଶୈବ ପୀଠରେ ଶିବ ପାର୍ବତୀ ବିବାହ ଓ ଶୀତଳଷଷ୍ଠି ମୋହତ୍ସବ

ରାୟଗଡ( info media) ରାୟଗଡ ଜ଼ିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ଓ ଗୁଡାରି ବ୍ଲକର ସୀମାନ୍ତ ଅଞ୍ଚଳ ତ୍ରିବେଣୀ ସଙ୍ଗମ ସ୍ଥଳ ଶ୍ରୀମିନାଝୋଲା ଜନକଲ୍ୟାଣ ଆଶ୍ରମ ପରିସରରେ ଶ୍ରୀ ମିନକେତନେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ସହିତ ଶୀତଳ ଷଷ୍ଠି ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ପରିଚାଳକ ଜନକଲ୍ୟାଣ ଆଶ୍ରମ ଶ୍ରୀମିନାଝୋଲାର ସ୍ବାମୀ ଜନକାନନ୍ଦ ଗୀରୀ, ଗୀତା ଗୁରୁ କରୁଣାକର ପାତ୍ର ମୁଖ୍ୟ ପୁରୋଧା ଭାବେ ଏହି ଶିବ ପାର୍ବତୀ ବିବାହ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ଏହି ପବିତ୍ର ବିବାହ କାର୍ଯ୍ୟକ୍ରମ ରେ ମୁନିଗୁଡା ଗ୍ରାମ ନିବାସୀ ନରେନ୍ଦ୍ର ସାହୁକାର ତାଙ୍କ ଧର୍ମ ପତ୍ନୀ ଅଙ୍କିତା ସାହୁକାର ବରପିତା ସାଜିଥିବା ବେଳେ କନ୍ୟା ପିତା ଭାବେ ମୁନିଗୁଡା ର ମାନସ ସାହୁକାର ତାଙ୍କ ଧର୍ମ ପତ୍ନୀ ମିନାକ୍ଷୀ ସାହୁକାର ଦାୟିତ୍ୱ ତୁଲାଇଥିଲେ l ପାରମ୍ପରିକ ରୀତିନୀତି ଅନୁଯାଇ ବିରାଟ ପଟୁଆରରେ କନ୍ୟା ଘର ପକ୍ଷରୁ ବର ଯାତ୍ରୀ କୁ ସ୍ୱାଗତ କରିବା ସହିତ ବାଟବରଣ କରି ପାଛଟି ନେଇଥିଲେ l ଏହାପରେ ପୁରୋହିତ ଦୈତାରୀ ବ୍ରହ୍ମା , ଦୁର୍ଗା ପ୍ରସାଦ ନନ୍ଦ, ରବି ଖାଡଙ୍ଗା ବିବାହ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ l ପରେ ଉଭୟ ବର ଓ କନ୍ୟା ପକ୍ଷରୁ ଆସିଥିବା ଅତିଥି ଓ ଗୁଡ଼ାରୀ, ସିରିଗୁଡ଼ା, ବେଲାମଗୁଡା, ଚନ୍ଦ୍ରପୁର, ଡାଙ୍ଗସରଡ଼ା, ହନୁମନ୍ତପୁର, ଟାପିରୀକୁପୁଡ଼ା ଓ ନିକଟ ଗ୍ରାମବାସୀ ଉପସ୍ଥିତ ରହି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରକୁ ତରଣୀ ଚୌଧୁରୀ, ,ସୁଶୀଲ କୁମାର ନିମାଲପୁରି, ପ୍ରମୋଦ ସାହୁକାର, ହାଡ଼ିପା ଗୌଡ଼, ପ୍ରମୋଦ ମୁଗୁଲି,କରୁଣା କର ପାତ୍ର ପରୀକ୍ଷିତ ମୁଗୁଲି, ପ୍ରିୟ ରଞ୍ଜନ ସାହୁକାର, ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଉପସ୍ଥିତ ଥିଲେ l ଶୁଭ ଲଗ୍ନ ରେ ବୈଦିକ ରୀତିନୀତି ଅନୁଯାଇ ଶିବପାର୍ବତୀ ଙ୍କ ପବିତ୍ର ବିବାହ ମୋହତ୍ସବ ଅନୁଷ୍ଠିତ ହୋଇଥିଲା l ଶୀତଳ ଷଷ୍ଠି ପର୍ବ ପାଳନ କରାଯାଇଛି ବୋଲି ସ୍ୱାମୀ ଜନକାନନ୍ଦ ଗୀରି କହିଛନ୍ତି l ଭକ୍ତ ଙ୍କ ରହିବା ନିମନ୍ତେ ମିଟ୍ସ ଗ୍ରୁପ ଅଧକ୍ଷ ବାଳକୃଷ୍ଣ ପଣ୍ଡା ରାୟଗଡା ପକ୍ଷରୁ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା, ରାୟଗଡ଼ା, ଆମ୍ବାଦଳା, ମୁନିଗୁଡ଼ା, ଗୁଡ଼ାରୀ, ଗୁଣପୁର, ସିରିଗୁଡ଼ା, ଡାଙ୍ଗସରଡ଼ା, ହନୁମନ୍ତପୁର, ବିଜାପୁର, ଚନ୍ଦ୍ରପୁର ଅଞ୍ଚଳ ରୁ ବହୁ ଭକ୍ତ ଆସି ଯୋଗ ଦେଇଥିଲେ ।ମିଟ୍ସ ଅଧକ୍ଷ ବାଳ କୃଷ୍ଣ ପଣ୍ଡା ଓ ଜନକଲ୍ୟାଣ ଆଶ୍ରମ ମୁଖ୍ୟ ପରିଚାଳକ ସ୍ୱାମୀ ଜନକାନନ୍ଦ ଗିରି ଓ ଶ୍ରୀମିନାଝୋଲା ପୁଜା କମିଟିର ସମସ୍ତ କର୍ମ କର୍ତ୍ତା ଜନସାଧାରଣ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ