ଶ୍ରୀମଦ ବୀରତା ପୋଥୁଲୁରୀ ବୀରାବ୍ରାହ୍ମନ୍ଦ୍ର ସ୍ୱାମୀ ମନ୍ଦିର ପ୍ରତିଷ୍ଠା
ରାୟଗଡ ( info media) ରାୟଗଡ ସହର ମୁଖ୍ୟ ପୋଷ୍ଟ ଅଫିସ ନିକଟସ୍ଥ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା 28 t ମାର୍ଚ୍ଚ ଠାରୁ 30ମାର୍ଚ୍ଚ 2026 ପର୍ଯ୍ୟନ୍ତ ଶ୍ରୀମଦ ବୀରତା ପୋଥୁଲୁରୀ ବୀରାବ୍ରାହ୍ମନ୍ଦ୍ର ସ୍ୱାମୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସମସ୍ତ ବିଶ୍ଵ ବ୍ରାହ୍ମଣ ମେମ୍ବର ରାୟଗଡ ପକ୍ଷରୁ ସୂଚନା ଦିଆଯାଇଛି l ଏହି ତିନିଦିନ ଧରି ଗଣପତି ପୂଜା , ପଞ୍ଚାଗଭ୍ୟ ଋତୁଲସ, ସାକ୍ରେଡ଼ ଥ୍ରେଡ ସେରେମୋନୀ ହୋମମି ସହିତ ପଞ୍ଚସୁକତା ,ରୁଦ୍ରାଭିଷେକମ, ଧନ୍ୟବଶମ, କୁମକୁମରଚନ ସହିତ ମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି l ଭଗବାନ ଙ୍କ ଆଶୀର୍ବାଦ ଗ୍ରହଣ କରିବା ପ୍ରସାଦ ସେବନ କରିବା ନିମନ୍ତେ ବହୁ ସଂଖ୍ୟାରେ ଜନସାଧାରଣ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେବା ନିମନ୍ତେ ବିଶ୍ୱ ବ୍ରାହ୍ମଣ ସଙ୍ଘ ର ପୋନ୍ତୁରୁ ଭାସ୍କର ରାଓ ଆରତୀକାତଲା ସତ୍ୟନାରଣ, କାଦାରୀ ଶ୍ରୀନୁ, ରାଲି ରବିକେଶବ ଓ ମନ୍ଦିର କମିଟି ର ଆମପିଲି ନାଗରାଜୂ ଓ ମାଧବ ଆଚରି ଅନୁରୋଧ କରିଛନ୍ତି lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
