ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ସିଡ଼ିପିଓ ଓ ରାଜସ୍ୱ ସହାୟକ।

ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ସିଡ଼ିପିଓ ଓ ରାଜସ୍ୱ ସହାୟକ।

ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ସିଡ଼ିପିଓ ଓ ରାଜସ୍ୱ ସହାୟକ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଘର ଭଡ଼ା ଟଙ୍କା ମଞ୍ଜୁର ପାଇଁ ଜନୈକା ଅଙ୍ଗନବାଡି କର୍ମୀ କୁ ୩୦ ହଜାର ଟଙ୍କା ଦାବି କରିଥିଲେ ସିଡ଼ିପିଓ ଉମା ପାତ୍ର ଓ ରାଜସ୍ବ ସହାୟକ ନରସିଂହ ବେହେରା। ଏତଦବ୍ୟତୀତ ଆଗାମୀ ଦିନରେ ଘରଭଡ଼ା ମଧ୍ୟ ବନ୍ଦ କରିବା ଧମକ ଦେଇଥିଲେ। ଏହି ଭଳି ପରିସ୍ଥିତିରେ କର୍ମୀ ଜଣକ ଅନ୍ୟ ଉପାୟ ନପାଇ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ କର୍ମୀଙ୍କୁ ରାସାୟନିକ ବୋଳା ଟଙ୍କା ପ୍ରଦାନ କରାଯାଇଥିଲା ଓ କର୍ମୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ମାନେ ଉଭୟଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅନ୍ୟାନ୍ୟ ଆୟବର୍ହିଭୂତ ସମ୍ପତ୍ତିର ଆକଳନ ଆରମ୍ଭ କରିଛନ୍ତି। ଉଭୟଙ୍କୁ ଗିରଫ କରିବା ପାଇଁ ଯୋଗାଡ଼ ଚାଲିଛି।