ଲଷ୍ମୀ ମଣ୍ଡପ ଠାରେ ଶ୍ରୀମଦ୍ ଭାଗବତ କଥାଯଜ୍ଞ,

ଲଷ୍ମୀ ମଣ୍ଡପ ଠାରେ ଶ୍ରୀମଦ୍ ଭାଗବତ କଥାଯଜ୍ଞ,

ଲଷ୍ମୀ ମଣ୍ଡପ ଠାରେ ଶ୍ରୀମଦ୍ ଭାଗବତ କଥାଯଜ୍ଞ, ଶ୍ରୀକୃଷ୍ଣ ଚୈତନ୍ଯ ମିଶନ୍ ର ଶାଖା, ସୁବାସ ନଗର ,

ସୁନାବେଡା-୩ ସ୍ଥିତ, ଶ୍ରୀ ଶ୍ରୀ ରାଧା ମଦନ ମୋହନ ଗୌଡୀୟ ମଠର ଆନୁକୁଲ୍ଯରେ, ଶ୍ରୀ ଶ୍ରୀମଦ୍ ଭାଗବତ କଥାଯଜ୍ଞ, ୧ ମଇ (ଶୁକ୍ରବାର) ଠାରୁ ୭ ମଇ (ଗୁରୁବାର) ୨୦୨୬ ପର୍ଯ୍ୟନ୍ତ ସପ୍ତାହ ବ୍ଯାପି, ପ୍ରତ୍ଯହ ସଂଧ୍ଯା ୬.୩୦ ରୁ ରାତ୍ରି ୯.୩୦ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ସୁନାବେଡା-୨ ଏଚ୍ ଏ ଏଲ୍ ଟାଉନ୍ ସିପ୍ , ଏଲ୍ ଜୋନ୍ ଜଗନ୍ନାଥ ମନ୍ଦିର ପରିସର ଲକ୍ଷ୍ମୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଗୌଡୀୟ ମଠର ମଠାଧୀଶ ତ୍ରିଦଣ୍ଡୀ ସ୍ବାମୀ ଶ୍ରୀ ଭକ୍ତି ଆଲୋକ ପର୍ବତ ମହାରାଜ ଙ୍କ ତତ୍ତ୍ଵାବଧାନ ଏବଂ ଏଚ୍ ଏ ଏଲ୍ ର ଉପ ମହାପ୍ରବନ୍ଧକ ଶ୍ରୀମାନ୍ ଶ୍ରୀପାଦ ଲକ୍ଷ୍ମୀନାରାୟଣ ଗୌଡ ଙ୍କ ମୁଖ୍ୟ ଦାୟିତ୍ଵରେ, ବୃନ୍ଦାବନ ରୁ ନିମନ୍ତ୍ରିତ ତ୍ରିଦଣ୍ଡୀ ସ୍ବାମୀ ଶ୍ରୀ ଭକ୍ତି ଭୂଷଣ ବୋଧାୟନ ମହାରାଜ ମୁଖ୍ୟ ପ୍ରବକ୍ତା ରୂପେ ଶ୍ରୀ ଶ୍ରୀମଦ୍ ଭାଗବତ ମହାପୁରାଣ ଅତି ସୁନ୍ଦର ଭାବେ ଉପସ୍ଥାପନା କଲେ। ପ୍ରତ୍ଯହ ଭାଗବତ କଥା ବିଶ୍ରାମ ଅନ୍ତେ ଶ୍ରୋତା ମାନଙ୍କ ନିମନ୍ତେ ଭଗବାନଙ୍କ ବିବିଧ ଅନ୍ନ ବ୍ଯଞ୍ଜନ ପ୍ରସାଦ ର ବ୍ଯବସ୍ଥା କରାଯାଇଥିଲା । ଅନ୍ତିମ ଦିନରେ, କଥା ପ୍ରାରମ୍ଭରେ ଗୌଡୀୟ ମଠର ମଠାଧୀଶ ତ୍ରିଦଣ୍ଡୀ ସ୍ବାମୀ ଶ୍ରୀ ଭକ୍ତି ଆଲୋକ ପର୍ବତ ମହାରାଜ ବୈଷ୍ଣବ ମନ୍ତ୍ର ଶ୍ଳୋକ ଆବୃତ୍ତି, ଦୃଷ୍ଟାନ୍ତ ମୂଳକ ହରିନାମ ର ମହିମା, ଭଗବାନ ଶ୍ରୀକୃଷ୍ଣ, ଶ୍ରୀରାମଚନ୍ଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ଚୈତନ୍ଯ ମହାପ୍ରଭୁଙ୍କ ଅମୀୟ କଥା, ସାଧୁ ଗୁରୁ ବୈଷ୍ଣବଙ୍କ ମହିମା ବର୍ଣ୍ଣନା କରିଥିଲେ । ତତ୍ ପଶ୍ଚାତ୍, ଶ୍ରୀ ବୋଧାୟନ ମହାରାଜ ମନ୍ତ୍ର ଶ୍ଳୋକ ଆବୃତ୍ତି, ଅମୃତମୟ ଭାଗବତ କଥା, ଶ୍ରୀମଦ୍ ଭଗବତ୍ ଗୀତା, ହରିନାମ ର ମହିମା, ଭଗବାନ ଶ୍ରୀକୃଷ୍ଣ, ଶ୍ରୀରାମଚନ୍ଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ଚୈତନ୍ଯ ମହାପ୍ରଭୁଙ୍କ ଲୀଳା, ସାଧୁ ଗୁରୁ ବୈଷ୍ଣବଙ୍କ ମହିମା, ଧ୍ରୁବ, ପ୍ରହଲ୍ଲାଦ, ବଳି, ଅମ୍ବରୀଷ ମହାରାଜ, ଅଜାମିଳ, ବୃତ୍ତାସୁର, ସୁଦାମା ଆଦି ଭକ୍ତ ଚରିତ, ଏକାଦଶୀ ବ୍ରତ,ତୁଳସୀ ମାହାତ୍ମ୍ଯ, ଗୋ ମାହାତ୍ମ୍ୟ, ବଭିନ୍ନ ଧାମର ମାହାତ୍ମ୍ଯ, ମାତା କୁନ୍ତୀ, ଶ୍ରୀ ସୁଦାମା ପତ୍ନୀ ସୁଶୀଳା , ମାତା ଦେବହୂତୀ ଙ୍କ ପତି ଭକ୍ତି, ଭଗବାନଙ୍କ ପ୍ରତି ଭକ୍ତି, ଶୁଦ୍ଧ ବିଚାର, ଶୁଦ୍ଧ ସାତ୍ତ୍ଵିକ ପ୍ରସାଦ ବିଷୟରେ ଅତି ବିସ୍ତୃତ ରୂପେ ଉପସ୍ଥାପନା କରିଥିଲେ। ସୁନାବେଡା ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଶ୍ରୋତା ବୃନ୍ଦ କଥା ରସ ଆସ୍ବାଦନ କରି ନିଜକୁ ଧନ୍ଯ ମନେ କରିଛନ୍ତି । ମହାରାଜ ଙ୍କ ଭାଗବତ କଥା ଏବଂ ମନ୍ତ୍ର ଶ୍ଳୋକ ଉଚ୍ଚାରଣ, ଭଜନ ସଂକୀର୍ତ୍ତନ, ଆରତୀ କୀର୍ତ୍ତନ, ମୃଦଙ୍ଗ, ତବଲା, ବଂଶୀ, କରତାଳ, ହାରମୋନିୟମ ର ସମନ୍ବୟ ଏତେ ଉଚ୍ଚକୋଟୀର ଭକ୍ତି ଭାବ ମୟ ଥିଲା ଯେ, ଶ୍ରୋତା ଗଣ ମନ୍ତ୍ର ମୁଗ୍ଧ, ନୀରବ, ନିଶ୍ଚଳ, ଭାବ ବିହ୍ବଳ ହୋଇ ତଲ୍ଲୀନ ହୋଇଯାଇଥିବାର ଲକ୍ଷ୍ଯ କରାଯାଉଥିଲା। ପରିବେଶ ଝଙ୍କୃତ ହୋଇଉଠିଥିଲା। ଶ୍ରୋତାଙ୍କ ଅତ୍ଯନ୍ତ ଶାନ୍ତିପୂର୍ଣ୍ଣ ଆଚରଣ, ଧୈର୍ଯ୍ଯ ଓ ସମ୍ବେଦନଶୀଳତାକୁ ଲକ୍ଷ୍ଯ କରି ମହାରାଜ ଯଥେଷ୍ଟ ଉତ୍ସାହିତ ହୋଇଥିଲେ। କଥା ଅନ୍ତେ, ସମବେତ ଶ୍ରୋତା ମଧ୍ଯରୁ ଅନେକ ନୂତନ ଭକ୍ତ ସାଧୁ ମହାରାଜାଙ୍କ କଥାରେ ପ୍ରଭାବିତ, ଅନୁପ୍ରାଣିତ ହୋଇ ଭଗବତ୍ ଭକ୍ତି ଓ ଏକାଦଶୀ ବ୍ରତ ପାଳନର ନିୟମ ସମ୍ବନ୍ଧ ରେ ଜିଜ୍ଞାସା କଲେ। ମହାରାଜ ସୁବିସ୍ତୃତ ଶାସ୍ତ୍ର ସିଦ୍ଧ ଆଲୋଚନା କରି ସେମାନଙ୍କ ସଂଶୟ ଦୂରୀଭୂତ କରି ସନ୍ତୋଷ କରିଥିଲେ । ମହାରାଜ , ସମବେତ ଶ୍ରୋତାଙ୍କ ସହ ବିବିଧ ବ୍ଯଞ୍ଜନ ଯୁକ୍ତ ସାମୁହିକ ପ୍ରସାଦ ସେବନ କରି ବିଶ୍ରାମ ସକାଶେ ବିଦାୟ ସମୟରେ ଶ୍ରୋତାଙ୍କ ଗହଣରେ ସଂତୃପ୍ତି ଏବଂ ବିଦାୟ ବିରହ ଜନିତ ଭାବାବେଗ ପରିବେଶ ଦୃଷ୍ଟିଗୋଚର ହୋଇଥିଲା ।ଆଧୁନିକ ଯୁଗରେ, ସାରା ବିଶ୍ୱର ଯୁବ ପିଢିଙ୍କୁ ସତ୍ ମାର୍ଗ ରେ ତଥା ନୈତିକ ପଥରେ ସଂଯୁକ୍ତ କରି ରଖିବା, କୁପଥରେ ଚାଲି ଯାଇଥିବା ବ୍ଯକ୍ତି ତଥା ସମାଜକୁ ସତ୍ ମାର୍ଗ କୁ ପ୍ରତ୍ଯାବର୍ତ୍ତନ ପାଇଁ ସନାତନ ଧର୍ମର, ନିର୍ମତ୍ସର ବୈଷ୍ଣବ ଧର୍ମର, ଭକ୍ତି ମାର୍ଗ ର ବିଶେଷ ଭାବରେ ଏଭଳି ଭାଗବତ କଥାମୃତ ର ଆୟୋଜନ, ପ୍ରଚାର, ପ୍ରସାରର ନିତାନ୍ତ ଆବଶ୍ୟକ ମନେକରି ଶ୍ରୀକୃଷ୍ଣ ଚୈତନ୍ଯ ମିଶନ୍(SKCM) ର ଶାଖା ଶ୍ରୀ ରାଧା ମଦନ ମୋହନ ଗୌଡୀୟ ମଠ ତରଫରୁ ମଠାଧୀଶ ଶ୍ରୀ ପର୍ବତ ମହାରାଜ ଙ୍କ ଅନୁମତି ଏବଂ ବିଶିଷ୍ଟ ଗୌଡୀୟ ବୈଷ୍ଣବ ଭକ୍ତ ତଥା ଶ୍ରୀପାଦ ଶ୍ରୀ ଲକ୍ଷ୍ମୀନାରାୟଣ ଗୌଡ ପ୍ରଭୁ (ଉପ ମହାପ୍ରବନ୍ଧକ, ଏଚ୍ ଏ ଏଲ୍)-କାର୍ଯ୍ଯକ୍ରମର ମୁଖ୍ଯ ଦାୟିତ୍ବ ଅଧିକାରୀ ଏବଂ ଗୌଡ ପ୍ରଭୁଙ୍କ ସହଧର୍ମିଣୀ ଶ୍ରୀମତୀ ଚାରୁଲତା ମାତାଜୀଙ୍କ ଅନୁସରଣ ରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ମାଙ୍ଗଳିକ କାର୍ଯ୍ଯରେ ହାଲ୍ ରେ କାର୍ଯ୍ୟରତ ଶ୍ରୀପାଦ ରମାକାନ୍ତ ସ୍ବାଇଁ ପ୍ରଭୁ, ସୁନୀଲ୍ ବିଷୋୟୀ ପ୍ରଭୁ, ଶ୍ରୀଧର ପ୍ରଭୁ, ଅରୁଣ , ସୁପ୍ରିମ ପ୍ରଭୁ, ରବି ମହାନ୍ତି, ବିନୋଦ ପରିଡା, ତଥାସ୍ତୁ , ରାମ ପାତ୍ର ପ୍ରଭୁ, ସୂର୍ଯ୍ଯ କାନ୍ତ ପ୍ରଭୁ, ମୁନ୍ନା ପ୍ରଭୁ , ସୁନାବେଡା ୧,୩, ଡି.ପି କ୍ଯାମ୍ପ, ଗଞ୍ଜାମ କଲୋନୀ, ପୋଲିସ୍ କଲୋନୀ, ହାଉସିଂ ବୋର୍ଡ କଲୋନୀ ଅଞ୍ଚଳର ଶ୍ରୀପାଦ ବ୍ରଜ ପ୍ରଭୁ, ନାରାୟଣ ପ୍ରଭୁ, ସହଦେବ ପ୍ରଭୁ, ଗଣେଶ ପ୍ରଭୁ, ସୁଦର୍ଶନ ପ୍ରଭୁ, ଦୀପକ ପ୍ରଭୁ, ରବି ପ୍ରଭୁ,ଜୟ କୁଳଦୀପ୍ ପ୍ରଭୁ(ଓକିଲ), ଶ୍ରୀମାନ୍ ରଥ ପରିବାର, କୁନାଲ୍ ପ୍ରଭୁ, ପ୍ରଫୁଲ୍ଲ ପ୍ରଭୁ, ପ୍ରଧାନ ପ୍ରଭୁ, ଭଗବାନ ଦାସ ପ୍ରଭୁ, ତ୍ରିନାଥ ପ୍ରଭୁ, କାଶୀ ପ୍ରଭୁ, ନୀହାର ଓ ସରୋଜ ପ୍ରଭୁ ଭାତୃ ଦ୍ବୟ, ଲକ୍ଷ୍ମୀ ପ୍ରଭୁ, ଗୋବିନ୍ଦ ପ୍ରଭୁ, ଶ୍ରୀନିବାସ ପ୍ରଭୁ, ରାଧା ପ୍ରଭୁ, ସେମିଳିଗୁଡାର ଛବି ପ୍ରଭୁ, ଆଲୋକ ପ୍ରଭୁ, ମୋହନ ପ୍ରଭୁ, ଗୋପାଳ ପ୍ରଭୁ, ପାଢୀ ପ୍ରଭୁ, ମଠାଧୀଶ ଙ୍କ ତରଫରୁ ଭଗବାନଙ୍କ ଭୋଗ ପ୍ରସ୍ତୁତିରେ ଶ୍ରୀପାଦ ଅଜିତ୍ ପ୍ରଭୁ, ଦେବାଶିଷ ପ୍ରଭୁ, କାହ୍ନା ପ୍ରଭୁ, ରଜତ ପ୍ରଭୁ, ସମସ୍ତ ମଠବାସୀ ପ୍ରଭୁ , ପେଟକଣା, କୋଟପାଡ ର ସମସ୍ତ ଭକ୍ତ ବୃନ୍ଦ, ଦାମନ ଯୋଡିର ଶ୍ରୀମାନ୍ ଜଳନ୍ଧର ତ୍ରୀପାଠୀ, ହରିବନ୍ଧୁ ବିଶ୍ବାଳ ମହୋଦୟ, ଶ୍ରୀପାଦ ମନୋଜ ପ୍ରଭୁ, ପ୍ରଫୁଲ୍ଲ ପ୍ରଭୁ, କାର୍ତ୍ତିକ ପ୍ରଭୁ, ଉପେନ୍ଦ୍ର ପ୍ରଭୁ, କୋରାପୁଟର ଡକ୍ଟର ରମେଶ ବିଶ୍ବାଳ ପ୍ରଭୁ, ଜୟପୁରର ଶ୍ରୀମାନ୍ ଦୁର୍ଗା ପ୍ରସାଦ ସାହୁ ପ୍ରଭୁ , ମାତାଜୀଙ୍କ ମଧ୍ଯରେ ଶ୍ରୀମତୀ ଗାୟତ୍ରୀ ମାତାଜୀ, ନିକୁଞ୍ଜେଶ୍ବରୀ ମାତାଜୀ, ରଶ୍ମୀ ମାତାଜୀ (କେ ଜୋନ୍), ରଶ୍ମୀ ମାତାଜୀ(ଏ ଜୋନ୍), ଗୌରୀ ମାତାଜୀ, ଯମୁନା ମାତାଜୀ , ବିଷ୍ଣୁ ପ୍ରିୟା ମାତାଜୀ, ଅନି ମାତାଜୀ, ମାମୁନି ମାତାଜୀ ଏଣ୍ଡ୍ ଗ୍ରୁପ୍ ଏବଂ ମଠର ସମସ୍ତ ମାତାଜୀ ପ୍ରମୁଖ ପ୍ରଥମ ଦିନର ନଗର କୀର୍ତ୍ତନ ଠାରୁ ଆରମ୍ଭ କରି ପ୍ରତିଦିନ ର ମଞ୍ଚସଜା, ପୁଷ୍ପ ସେବା, ଶୃଙ୍ଗାର ସେବା ପରିବା ଅମୁଣିଆ ସେବା ଏବଂ ବିଭିନ୍ନ ସେବା ପ୍ରଦାନ କରିଥିଲେ । ବିଶିଷ୍ଟ ରାମଚରିତ ମାନସ ବାଚିକା ଶ୍ରୀମତୀ କମଳା ମାତାଜୀ କଥା ଶ୍ରବଣର ସେବା ଅଂଶ ଗ୍ରହଣ କରି ଉତ୍ସାହ ବର୍ଦ୍ଧନ କରିଥିଲେ । ହାରମୋନିୟମ୍ ରେ ସଂଗୀତ ଗୁରୁ ଶ୍ରୀ ସୁବାସ ବେହେରା, ଦିଲ୍ଲୀପ ସାହୁ, ପିଆନୋ ରେ କାଶୀନାଥ ପ୍ରଭୁ, ତବଲା ଓ ବଂଶୀ ବାଦନରେ ସୁଦୂର ଗଂଜାମର ସଞ୍ଜୟ ପ୍ରଭୁ ଅତି ଉଚ୍ଚ କୋଟୀର ସେବା କରିଥିଲେ । ଶ୍ରୀମତୀ ସୌଦାମିନୀ ଦାସ ମାତାଜୀ ଓ ଶ୍ରୀ ଲଲାଟେନ୍ଦୁ ଚୌଧୂରୀ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀକୃଷ୍ଣ ଙ୍କ ଭଜନ ଗାୟନ କରି ଶ୍ରୋତାଙ୍କୁ ରୋମାଞ୍ଚିତ କରିଥିଲେ ।ସହରାଞ୍ଚଳର ଦିବ୍ଯ ଜୀବନ ସଂଘ , ସମସ୍ତ ମନ୍ଦିର ର ସ୍ବେଚ୍ଛାସେବୀ ବୃନ୍ଦ, ଏଚ୍ ଏ ଏଲ୍ ର ସୁରକ୍ଷା କର୍ମୀ ଓ ସମସ୍ତ ପରିବାର ସହୃଦୟରେ ସେବାରେ ଯୋଗ ଦେଇଥିଲେ ।