ଲରମ୍ଭା କଲେଜରେ ଉଦ୍ଭିଦ ବିଜ୍ଞାନର ଜାତୀୟ ସମ୍ପାନ ଅନୁଷ୍ଠିତ ଯୋଗଦେଲେ, ବରିଷ୍ଠ ବିଶେଷଜ୍ଞ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜ ଠାରେ ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ଏକ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି| ଦିବସର ପ୍ରଥମ ଅଧିବେଶନରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ପ୍ରାକ୍ତନ ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳପତି ଡ଼. ଶିବପ୍ରସାଦ ଅଧିକାରୀ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଲାଇଫସାଇନ୍ସ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ମହାପାତ୍ର,ବିନତା ନାୟକ, କାର୍ଯ୍ୟକାରୀ ସମ୍ପାଦକ ମନରଞ୍ଜନ ତ୍ରିପାଠୀ, ସଂଯୋଜକ ଡ଼. ଜୟନ୍ତ କୁମାର ସାହୁ, ସହ ସଂଯୋଜିକା ବୀଣା ମେହେର, ମଂଚାସୀନ ରହି ‘ସହନୀୟ ବିକାଶ ପାଇଁ ପରିବେଶଗତ ଜୈବ ପ୍ରଯୁକ୍ତି ବିଦ୍ୟାରେ ଉଦୀୟମାନ ଧାରା” ଉପରେ ଆଲୋଚନା କରିଥିଲେ| ଏହି ଅବସରରେ ଡ଼. ଶିବପ୍ରସାଦ ଅଧିକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ସମ୍ପାନକୁ କେନ୍ଦ୍ରକରି ଏକ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା| ବିଷୟ ବିଶେଷଜ୍ଞ ଭାବରେ କଲିକତା ବି.ଏସ. ଆଇରୁ ଡି. ସୁକୁମାର ଭକ୍ତ, ଅରୁଣାଚଲ ଇଟାନଗରରୁ ଡ଼. ପ୍ରଶାନ୍ତ ନନ୍ଦ, ଦକ୍ଷିଣଓଡିଶା ବିଶ୍ଵବିଦ୍ୟାଳୟରୁ ଡ଼. ବିଶ୍ୱଜିତ ରଥ, ଡ. ଅନୀଳ କୁମାର ବିଶ୍ବାଳ,ଗୁରୁ ଘାଷିଦାସ ବିଶ୍ବବିଦ୍ୟାଳୟ ବିଲାସପୁରରୁ ଡ.ଦେବେନ୍ଦ୍ର କୁମାର ପଟେଲ,କଳିଙ୍ଗ ବିଶ୍ଵବିଦ୍ୟାଳୟ ରାୟପୁରରୁ ଡ. ଅଭିଷେକ କୁମାର ପାଣ୍ଡେ, ଆଠଗଡ଼ ସ୍ଵଂୟଶାସିତ କଲେଜରୁ ପ୍ରଫେସର ଅମରେନ୍ଦ୍ର ମିଶ୍ର, ସମ୍ବଲପୁର ବିଶ୍ଵବିଦ୍ୟାଳୟରରୁ ଏକାମ୍ର କରିଆଲି ଓ ଡ. ଈଶ୍ୱର ବୈଠାରୁ, ଟି.ଏଫ କଲେଜ୍ ବରଗଡ଼ରୁ ସଞ୍ଜୀବ କୁମାର ଦାସ, ପଞ୍ଚାୟତ କଲେଜ୍ ବରଗଡ଼ରୁ ସୂର୍ଯ୍ୟକାନ୍ତି ମେହେର, ପାର୍ବତୀଗିରି ମହିଳା ମହାବିଦ୍ୟାଳୟରୁ ଡ଼. ପୁଷ୍ପାଞ୍ଜଳି ପ୍ରଧାନ, ଅଞ୍ଚଳ କଲେଜ୍ ପଦମପୁରରୁ କଳ୍ପନା ପାଢ଼ୀ,ଡ଼. ସୁବୋଧ ତ୍ରିପାଠୀ, ଅତାବିରା ମହାବିଦ୍ୟାଳୟରୁ ଶ୍ରୀ ଅଶ୍ଵିନୀ କୁମାର ପ୍ରଧାନ ଓ ପରମାନନ୍ଦ ରଥ ପ୍ରମୁଖ ଯୋଗଦେଇ ଜୀବ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ଉପରେ ଆଲୋଚନା କରିଥିଲେ ।
ଦିବସର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରଦୀପ କୁମାର ନାୟକ, ସମ୍ମାନିତ ଅତିଥି ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରଫେସର ଅକ୍ଷୟ ବସ୍ତିଆ ମଞ୍ଚାସିନ ରହିଥିଲେ । ଏହି ଅବସରରେ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭାଗର ଶ୍ରୀ ଶିଶିର କୁମାର ସାହୁ, ମୁକେଶ ଚନ୍ଦ୍ର ପଧାନ, ଲିଙ୍ଗରାଜ ପୋଢ଼, ଗଣେଶ ପାଇକ ସହ ଯଶୋବନ୍ତୀ ସା, ଅଭିନାଶ ସାହୁ, ସତ୍ୟବ୍ରତ କର୍ଣ୍ଣ, ପୀତବାସ କମ୍ପ, ପ୍ରମୁଖ ସହଯୋଗ କରିଥିଲେ । ସମ୍ପାନର ସଫଳତାରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭୂମିକା ରହିଥିଲା । ଶେଷରେ ଅଧ୍ୟାପିକା ବୀଣା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
