ରାୟଗଡ ଜ଼ିଲ୍ଲା ବିଜେଡି ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ

ରାୟଗଡ ଜ଼ିଲ୍ଲା ବିଜେଡି ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ

ରାୟଗଡ ଜ଼ିଲ୍ଲା ବିଜେଡି ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ

ରାୟଗଡ ( info media) ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଙ୍କ ସଭାପତିତ୍ବ ରେ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ହାଉସିଂ ବୋର୍ଡ଼ ନିକଟସ୍ଥ ସାରକା ଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଗତ କିଛିଦିନ ତଳେ ବିଜେଡି ରେ ଯୋଗ ଦେଇଥିବା ସଜାତ ରାଉତ ଙ୍କୁ ଶଙ୍ଖ ଭବନ ଠାରେ ମିଶିବା ପରେ ଆଜି ପ୍ରଥମ କରି ରାୟଗଡ ଜ଼ିଲ୍ଲା ର ବିଜେଡି ର ରାଜ୍ୟ କର୍ମକର୍ତା ଓ ବିଭିନ୍ନ ସଂଗଠନ ର କର୍ମକର୍ତା ଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ଦଳ କୁ କିପରି ମଜବୁତ କରିବା ସେଥିପାଇଁ ଜ଼ିଲ୍ଲା ର ବିଜେଡି ଜ଼ିଲ୍ଲା ସ୍ତରୀୟ କର୍ମକର୍ତା ଙ୍କ ସହିତ ବ୍ଲକ ସ୍ତରୀୟ କର୍ମକର୍ତା ଆଗାମୀ ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସୁଜାତା ରାଉତ ଙ୍କୁ ଭୁବନେଶ୍ୱର ଯାଇ ମିଶିବା ନିମନ୍ତେ ନିଷ୍ପତି ହୋଇଥିଲା l ଯେପରି ଭାବେ ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡ଼ଯନ୍ତ୍ର ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ କରାଯିବା ପାଇଁ ଶଙ୍ଖ ଭବନରେ ଆଭାସୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଜନତା ଦଳର ସମସ୍ତ ରାଜ୍ୟସ୍ତରୀୟ ନେତୃତ୍ୱ ଓ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନେ ଯୋଡ଼ି ହୋଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ବ୍ୟାପକ ଆଲୋଚନା କରିଥିଲେ। ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଙ୍କ ନିର୍ଦେଶ କ୍ରମେ ଏହି ଆନ୍ଦୋଳନ ରାୟଗଡ ଛାତ୍ର ଜନତା ଓ ୟୁବ ଜନତା ଦଳ ପକ୍ଷରୁ ଆସନ୍ତା 13 ତାରିଖ ରେ କରିବା ନିମନ୍ତେ ନିଷ୍ପତି ହୋଇଛି l ଏହି ଆନ୍ଦୋଳନ ରେ ପ୍ରାୟ 500ରୁ ଉର୍ଦ୍ଧ ଛାତ୍ର ଯୁବକ ଙ୍କ ସହିତ ଦଳ ର ବିଭିନ୍ନ ସଂଗଠନ ର କର୍ମକର୍ତା କିପରି ଭାବେ ଯୋଗଦେବେ ଏଥିପାଇଁ ଆଲୋଚନା ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ଉପସଭାପତି ସୁଧୀର ଦାସ, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ରାଓ, ଜ଼ିଲ୍ଲା ଛାତ୍ର ଜନତା ସଭାପତି ଉଦୟ ହିମିରିକା, ରାଜ୍ୟ ଛାତ୍ର ଜନତା ନେତା ବିନାୟକ ପୋଲାଈ ଓ ରାଜ୍ୟ ୟୁବ ଜନତା ନେତା ଦେବାଶିଷ ଖାଡ଼ଙ୍ଗା, ଜ଼ିଲ୍ଲା ମହିଳା ସଭାନେତ୍ରୀ ଅନୁସୟା ମାଝୀ, ଶୁଭ୍ରା ପଣ୍ଡା, ଟିଟ ରଥ, ସତ୍ୟ ପାଢୀ ଅଶୋକ ପଣ୍ଡା, ଙ୍କ ସମତେ ବହୁ ବିଜେଡି କର୍ମୀ ଓ ନେତା ଯୋଗ ଦେଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ