ରାସ୍ତା ନିର୍ମାଣକୁ ନେଇ କାଶିପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶିପୁର ବ୍ଲକର ଶାଗବାରୀ ଗ୍ରାମଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ।

ରାସ୍ତା ନିର୍ମାଣକୁ ନେଇ କାଶିପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶିପୁର ବ୍ଲକର ଶାଗବାରୀ ଗ୍ରାମଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ।

ରାସ୍ତା ନିର୍ମାଣକୁ ନେଇ କାଶିପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶିପୁର ବ୍ଲକର ଶାଗବାରୀ ଗ୍ରାମଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ।

‎‎ରାୟଗଡ( info media)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶାଗବାରୀ ଗ୍ରାମରେ ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ ଅଶାନ୍ତ ହୋଇପଡିଛି। କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ଥା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୌରହରି ସାହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ 58 ସୁରକ୍ଷା କର୍ମୀମାନେ ଆହାତ ହୋଇଛନ୍ତି। ସେଥିମଧ୍ୟରୁ 9 ଜଣ ଗୁରୁତର ହୋଇପଡିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସାମାନ୍ୟ ଆହତ ପୁଲିସ କର୍ମଚାରୀମାନେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାଗବାରି ଅଞ୍ଚଳରେ ପ୍ରଶାସନ ପକ୍ଷରୁ୧୬୩ ଧାରା ଜାରି କରାଯାଇଛି। ଅନ୍ୟପେଟେ ଗୁରୁତର ଆହତ ହୋଇଥିବା ୯ଜଣ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେଥି ମଧରୁ ୬ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତିଗୁରୁତ୍ୱର ହେବାରୁ ସେମାନଙ୍କୁ ବିଶାଖାପାଟଣାମ କୁ ସ୍ତନନ୍ତରଣ କରାଯାଇଛି। ହାବିଲଦାର କରୁଣ ସାଗର ହୁଈକା, ହୋମଗାର୍ଡ ସରୋଜିନ ଗରଡ଼ିଆ, କନେଷ୍ଟବଳ ନଳିନୀ ତାଡିଙ୍ଗି,କନେଷ୍ଟବଳ ତୁଷାର କାନ୍ତ ମହାପାତ୍ର, କନେଷ୍ଟବଳ ଅର୍ଚ୍ଚନା ଟପୋ,କନେଷ୍ଟବଳ ନମିତା ଖୋରାଙ୍କୁ ବିଶାଖାପାଟଣାମ କୁ ସ୍ତନନ୍ତର କରାଯାଇଛି । ସେହିପରି ଦକ୍ଷିଣ ପଶ୍ଚିମ ରେଞ୍ଜ କୋରାପୁଟ ଡିଆଇଜି ଡକ୍ଟର କନୱର ବିଶାଲ ସିଂହ ରାୟଗଡ଼ା ଜିଲ୍ଳା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ଆହାତ ପୁଲିସ କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।‎କାଶିପୁର ବ୍ଲକର ସିଜିମାଳି ଅଞ୍ଚଳରେ ଖଣିଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ ସିଜିମାଳି ଅଞ୍ଚଳ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ  ଆରମ୍ଭ କରୁଥିଲା । ଯାହାକୁ ନେଇ ଏହି ଆକ୍ରମଣ ହୋଇଥବା ନେଇ ସୂଚନା ମିଳିଛି । ଆଜି ସକାଳୁ ପ୍ରାୟ ୫ଟା ସମୟରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ପରେ ଆକ୍ରମଣକାରୀମାନେ ହଟିଥିଲେ । ରାୟଗଡା ଓ କଳାହାଣ୍ଡି ସୀମାନ୍ତ ଜିଲ୍ଲାରେ ସିଜିମାଳି ମାଇନ୍ସ ଅଞ୍ଚଳ ପୁରଲାଙ୍ଗ ଠାରୁ ସାଗବାରି ଘାଟି ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତା ନିର୍ମାଣ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରୁଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଦୀର୍ଘଦିନ ହେଲା ଏହି ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । କମ୍ପାନି ବିରୋଧରେ “ଗୋ ବ୍ୟାକ” ନାରା ଦେଇ ପାରମ୍ପରିକ ଅସ୍ତ୍ର-ଶସ୍ତ୍ର ଧରି ସ୍ଥାନୀୟ ବାସିନ୍ଦା ରାସ୍ତା ନିର୍ମାଣ କାମକୁ ବାଧା ଦେଇଥିବା ବେଳେ, ପ୍ରଶାସନ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ‎‎ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନମୂଳକ ବାତାବରଣ ରହିଥିବାରୁ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀ, ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ କୁମାର ଓ ପୁଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଦାରଖ କରୁଥିବା ବେଳେ ଆଜି ସକାଳୁ ଏଭଳି ଘଟଣା ଘଟିଥିଲା । ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ