ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଦ୍ୱାଦଶ ଦିନରେ #୩୪ୟୁନିଟ ରକ୍ତ ସଂଗୃହୀତ…
ବରଗଡ (ଭବାନୀ ଶଙ୍କର ପାଢ଼ୀ) ତା-୧୨-୦୫-୨୦୨୬ରିଖ (ମଙ୍ଗଳ ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଦ୍ୱାଦଶ ଦିନରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରେମତା ଗ୍ରାମ ର ସହଁରା ପଡ଼ା କ୍ଲବ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରେଣ୍ୟ ଅତିଥି ଭାବରେ ଶ୍ରୀ ବିନୟ ଗଡତିଆ, ସରପଞ୍ଚ ରେମତା ଗ୍ରାମ ପଞ୍ଚାୟତ, ସମିତି ସଭ୍ୟା ଶ୍ରୀମତି ବିଜୟ ଲକ୍ଷ୍ମୀ ବେହେରା, ଆର୍ଟ ଅଫ ଲିଭିଙ୍ଗ ର ଶିକ୍ଷୟତ୍ରୀ ବିନୟ ଗଡତିଆ, ସରପଞ୍ଚ ରେମତା ଗ୍ରାମ ପଞ୍ଚାୟତ, ସମିତି ସଭ୍ୟା ବିଜୟ ଲକ୍ଷ୍ମୀ ବେହେରା, ଆର୍ଟ ଅଫ ଲିଭିଙ୍ଗ ର ଶିକ୍ଷୟତ୍ରୀ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ରେମତା ର ଦିବ୍ୟ କିଶୋର ବେହେରା, ତରଣୀ ଦେବତା, ବିଶି କେଶନ ପଟେଲ, ଅରୁଣ ପଧାନ, ସତ୍ୟ ପଧାନ, ଶ୍ରଦ୍ଧାକର ପଧାନ, ବିକାଶ ସାହୁ, ସୁରେଶ ସାହୁ, ନରସିଂହ ପଧାନ ନିଷ୍ଠା ପରିବାର ମହିଳା ଶାଖା ର ସଂଯୋଜିକା ତ୍ରିପୁରା ଶୁହୁଲା, ସୁତପା ଗଡ଼ତିଆ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ଵିଶେଷ କରି ରେମତା ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
