ମାନସିକ ବିକୃତ ନାତି ମାଡରେ ଜେଜେମା ର ପ୍ରାଣ ଗଲା।

ମାନସିକ ବିକୃତ ନାତି ମାଡରେ ଜେଜେମା ର ପ୍ରାଣ ଗଲା।

କୋଦଳା ଥାନା ଅର୍ନ୍ତଗତ ନାଇକାଣିପଲୀ ଗ୍ରାମ ମାଗୁରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ମାନସିକ ବିକୃତ ଯୁବକ ଚିତ୍ରସେନ ସ୍ବାଇଁ ନିଜ ସ୍ତ୍ରୀ ଓ ଛୁଆକୁ ମାରଧର କରିବା ସମୟରେ ଜେଜେମା ଅନୀ ସ୍ବାଇଁ ଅଟକାଇ ବାରୁ ଚିତ୍ରସେନ ଜେଜେମା କୁ ଘରୁ ଟାଣି ଆଣି ଗାଁ ରାସ୍ତାରେ ଏକ କାଠ ଫାଳିଆ ରେ ମାଡ଼ ମାରିଥିଲା, ଯାହା ଫଳରେ ଅନୀର ପ୍ରାଣବାୟୁ ଉଡି ଯାଇଥିଲା। ଏହି ଭଳି ପରିସ୍ଥିତିରେ ବଡବାପା ଆସି ଅଟକାଇ ବାରୁ ଚିତ୍ରସେନ ତାକୁ ମଧ୍ୟ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଖବର ପାଇ କୋଦଳା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ଚିତ୍ରସେନ କୁ ଉଠେଇ ଆଣି ଥାନାରେ ରଖି ଜେରା କରୁଛନ୍ତି।