ପ୍ରଭାତ ବେସରକାରୀ ସଂସ୍ଥା ଏନ ଜି ଓ ର ମାଣ୍ଡିଆ ଚାଷ ଓ କିଣା ଦୁର୍ନୀତି କୁ ଲୋକଲୋଚନ କୁ ଆଣିଲେ ସୁଭଦ୍ରା ଯୋଜନା ହିତାଧିକାରୀ
ରାୟଗଡ଼ (info media): ମାଣ୍ଡିଆ ଚାଷର ନାଁ ଗନ୍ଧ ନାହିଁ | କିନ୍ତୁ ନଥିପତ୍ରରେ ଶହଶହ ଚାଷୀ ଓ ହିତାଧିକାରୀଙ୍କ ନାମ ଉଲ୍ଲେଖ କରି ସହାୟତା ଅର୍ଥ ହରିଲୁଟ ଚାଲିଥିଲା । ବର୍ଷ ବର୍ଷ ଧରି ଏଭଳି ବେଆଇନ କାରବାର ଚାଲିଥିଲେ ସୁଦ୍ଧା ମିଲେଟ୍ ମିସନ୍ କର୍ତ୍ତୃପକ୍ଷ ଏହାର ଟେର୍ ପାଉନଥିଲେ | ତେବେ ସୁଭଦ୍ରା ଯୋଜନା ତୃତୀୟ କିସ୍ତିରୁ ୫୦ ଭୂମିହୀନ ମହିଳା ବାଦ୍ ପଡ଼ିବା ପରେ ଯାଞ୍ଚ ସମୟରେ ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇଛି | ସୁଭଦ୍ରାରୁ ବଞ୍ଚିତ ମହିଳାଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଡାଙ୍ଗସୋରଡ଼ା ଫାଣ୍ଡିରେ ଏହି ଜାଲିଆତିରେ ସଂପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରଭାତ’ ନାମରେ ଏତଲା ଦେଇଛନ୍ତି |ଶ୍ରୀ ଅନ୍ନ ଯୋଜନାରେ ଚନ୍ଦ୍ରପୁର ବ୍ଲକ୍ରେ ଡାଙ୍ଗସୋରଡ଼ା ଫାର୍ମର ପ୍ରଡ୍ୟୁସର୍ କମ୍ପାନି ଗଠନ ହୋଇଛି | ଯାହାର ପରିଚାଳନା ଦାୟିତ୍ବରେ ରହି ‘ପ୍ରଭାତ’ ସ୍ବେଚ୍ଛାସେବୀ ଅନୁଷ୍ଠାନ | କମ୍ପାନିର ନିର୍ଦ୍ଦେଶକ ଓ କିଛି କର୍ମଚାରୀ ମହିଳାଙ୍କ ବିନା ଅନୁମତିରେମାଣ୍ଡିଆ ପାଇଁ ଉଦ୍ଦିଷ୍ଟ କୃଷକ ଓଡ଼ିଶା ଏବଂ ଏମ୍ପିଏଏସ୍ ପୋର୍ଟାଲ୍ରେ ୫ ଏକରରୁ ଅଧିକ ଜମି ଥିବା ଦର୍ଶାଇଛନ୍ତି। ଏପରିକି ଆଧାରକାର୍ଡ ସଂଯୋଗ କରି ଭ୍ରମାତ୍ମକ ଭାବରେ ଜମି ମାଲିକ ଭାବେ ଦର୍ଶାଇଛନ୍ତି। ୫ ଏକରରୁ ଅଧିକ ଜମି ଥିଲେ ସୁଭଦ୍ରା ଯୋଜନାରୁ ବାଦ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ଥିବାରୁ ମହିଳାମାନେ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି | ଏ ସମ୍ପର୍କରେ ଶୁକ୍ରବାର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଲଖିତ ଅଭିଯୋଗ କରିଥିଲେ ଚାଷୀଙ୍କ ନାମରେ ଅବୈଧ ଭାବେ ବାହାର ରାଜ୍ୟରୁ କ୍ଵିଣ୍ଟାଲ୍ ପିଛା ୨୮୦୦ ଟଙ୍କାରେ ମାଣ୍ଡିଆ କିଣି ମଣ୍ଡିରେ ୩୮୦୦ ଟଙ୍କାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକ୍ରି କରୁଥିବା ଅଭିଯୋଗରେ ଦର୍ଶାଯାଇଛି। ବିକ୍ରି ବାବଦ ଟଙ୍କା ଆକାଉଣ୍ଟକୁ ଆସିବା ପରେ ମହିଳାଙ୍କୁ ବ୍ୟାଙ୍କକୁ ନେଇ ସେମାନଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସ ଟ୍ରାନ୍ସଫର କରାଯାଉଛି। ଏ ସଂକ୍ରାନ୍ତରେ ଡାଙ୍ଗସୋରଡାଫାଣ୍ଡିରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲକ୍ଷ୍ମୀପ୍ରିୟା ପାତ୍ର ଅଭିଯୋଗ କରିଛନ୍ତି| ଲକ୍ଷ୍ମୀପ୍ରିୟାଙ୍କ ନାଁରେ କିଛି ଭୂମି ନଥିବା ବେଳେ ପୋର୍ଟାଲ୍ରେ ଭୂମି ଥିବା ଉଲ୍ଲେଖ କରାଯାଇଥିବା ସେ ଅଭିଯୋଗ କରିଛନ୍ତି |
ଦୁର୍ନୀତିର ତଦନ୍ତ କରି ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପୁଣି ଥରେ ‘ସୁଭଦ୍ରା’ ଯୋଜନାରେ ଯୋଡ଼ିବାକୁ ମହିଳାମାନେ ଦାବି କରିଛନ୍ତି |ସୂଚନାଯୋଗ୍ୟ, ଶ୍ରୀ ଅନ୍ନ ଅଭିଯାନରେ ରାୟଗଡ଼ା ଜିଲ୍ଲାର ୧୦ଟି ବ୍ଲକ୍ର ୨୦ ହଜାରରୁ ଊର୍ଦ୍ଧ ଚାଷୀ ଉପକୃତ ହେଉଛନ୍ତି | ୨୦୨୫-୨୬ରେ ଜିଲ୍ଲାର ୧୦ଟି ଲ୍ୟାମ୍ପସ ଓ ୮ଟି ଫାର୍ମର୍ ପ୍ରଡ୍ୟୁସର କମ୍ପାନିକୁ ୮୦ ହଜାର କ୍ରିଣ୍ଟାଲ୍ ମାଣ୍ଡିଆ କିଣିବାକୁ ଦାୟିତ୍ଵ ଦିଆଯାଇଛି| ମାଣ୍ଡିଆ ଚାଷୀଙ୍କ ନାମ ଓ ସେମାନଙ୍କ ନାଁରେ ଥିବା ଜମିର ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ନିମନ୍ତେ ଆସିଥିବା ମହିଳା ମାନେ କହିଛନ୍ତି l ସେମାନେ ପୁଣି କହିଛନ୍ତି ଜେ ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ମାନଙ୍କରେ ନଗଣ୍ୟ ମାଣ୍ଡିଆ ଚାଷ ହୋଇଥିବା ବେଳେ ଛତିଶଗଡରୁ ଶ୍ରୀ ଅର୍ଣ୍ଣ , ମାଣ୍ଡିଆ ଆଣି, ନିରିହଆଦିବାସୀଙ୍କ ନାମରେ ଯିଓଟେକ କରି ବ୍ରିକ୍ରି କରି ବେଙ୍କକୁ ଡାକି , ଟଙ୍କା ଉଠାଇ କିଛି ହାତ ଗୁଞ୍ଜା ଦେଇ ହଜାର ହଜାର ଟଙ୍କା ଆତ୍ମ ସାତ କରୁଅଛି ବୋଲି ଅଭିଯୋଗ ହୋଇଥିଲା । ଶ୍ରୀ ଅର୍ଣ୍ଣ ଚାଷ କରିନଥିବା ଳୋକଙ୍କୁ ଚାଷୀ ଦର୍ଶାଯାଇଛି ।
ହିତାଧିକାରି ମାନଙ୍କ ନାମରେ ଆସୁଥିବା ଟଙ୍କା ଟି ଡି ସି ସି କୁ ହାତ କରି ବେନାମି ଆକାଉଣ୍ଟ୍ରେ ଟ୍ରାନ୍ସପୋର କରି ସଂସ୍ଥା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି l ଶ୍ରୀଅର୍ଣ୍ଣ ଯୋଜନା ଚାଷ, ଅନ୍ୟାନ୍ୟ କାର୍ଯ୍ୟ ସରକାରଙ୍କ ଆଗ୍ରହ ସ୍ବାଗତ ଜଗ୍ୟ କିନ୍ତି ସେହି ଅର୍ଥକୁ ଅସାଧୁ ବ୍ୟବସାୟୀ, ପ୍ରଭାତ ଏନ ଜି ଓ ଓ ପଦାଧୀକରୀ ଯେଭଳି ଭାବରେ ଆଖିବୁଜା ଲୁଟ କରୁଛନ୍ତି ସ୍ଥାନୀୟ ବ୍ଲକର ଚାଷୀଙ୍କ ନାମରେଶ୍ରୀଅର୍ଣ୍ଣ ଯୋଜନା ବିକ୍ରୀ ହୋଇଥିବା ଅଭିଯୋଗକୁ ଆକାଉଣ୍ଟରେ ଟଙ୍କା ଡିପୋଚିଟ କରି ଆତ୍ମସାତ କରିଛି ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣା ର କଣ ବୋଲି ପ୍ରଭାତ ଏନ ଜି ଓ ର ସୁରେଶ ଚନ୍ଦ୍ର ମିଶ୍ର ଙ୍କ ପ୍ରତିକ୍ରିୟା ନେବା ନିମନ୍ତେ ତାଙ୍କରି ଫୋନ ନମ୍ବର 84580 50159 କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ର ଜବାବ ଦେଇନଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
