ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକରେ ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ ।

ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକରେ ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ ।

***ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକରେ ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ ।ଗଜପତି,୧୦. ୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଏବଂ ସରକାରୀ ଓକିଲମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ଆର. ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇପିଏସ ଶ୍ରୀ ରାକେଶ କୁମାର ସାହୁ, ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ଅଭିଯୋଜନ ବିଭାଗର ସହ-ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ କିପରି ସୁଧରାଯିବ, ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହା ସହିତ ପୋଲିସ ଜନସାଧାରଣଙ୍କ ନିକଟତର ହୋଇ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ଏହି ବୈଠକରେ ବିଭିନ୍ନ ସଙ୍ଗୀନ ମାମଲାରେ ପୋଲିସ ତଥା ଅଭିଯୋଜକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସର୍ବଶେଷରେ ବିଭିନ୍ନ ନ୍ୟାୟାଳୟରେ ଥିବା ମାମଲାର ପରିଚାଳନା କରି ଅପରାଧୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଇଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ଏମ. ପୃଥ୍ବୀରାଜ ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ସରୋଜ କୁମାର ରଥ ତଥା ବିଭିନ୍ନ ଥାନା ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ମାନପତ୍ର ଦେଇ ସମ୍ମାନିତ କରିଥିଲେ।