ନିଷ୍ଠା ପରିବାର ତରଫରୁ ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଵରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ଆହାର କେନ୍ଦ୍ର ପାଖ ରେ ଜଣେ ବ୍ୟକ୍ତି ଙ୍କ ବୟସ ଆନୁମାନିକ ୪୫ବର୍ଷ ହେବ ତାଙ୍କ ଶବ ପଡ଼ିଥିବା ଖବର ପାଇଥିଲେ ଭଟଲି ପୋଲିସ। ବ୍ୟକ୍ତି ଜଣକ ବହୁ ଦିନ ରୁ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କ ର କେହି ସମ୍ପର୍କୀୟ ନ ଥିଲେ। ତେଣୁ ଭଟଲି ପୋଲିସ ଶବ କୁ ଶବ ସଂରକ୍ଷଣ ଗୃହ ରେ ରଖିଥିଲେ ଓ ୯୬ ଘଣ୍ଟା ପୂରଣ ହେବା ପରେ ଆମ ନିଷ୍ଠା ପରିବାର କୁ ଏକ ଲିଖିତ ଅନୁମତି ପତ୍ର ଦେବା ପରେ ଆଜି ଆମ ନିଷ୍ଠା ପରିବାର ତରଫରୁ ସସମ୍ମାନେ ଉପୋରୋକ୍ତ ବ୍ୟକ୍ତି ଙ୍କ ର ଶବ ସତ୍କାର କରାଯାଇଥିଲା। ଏହି ମହତ କାମ ରେ ଭଟଲି ଥାନା ଏ.ଏସ.ଆଇ ସୁରୁ ଧରୁଆ ଓ ନିଷ୍ଠା ପରିବାର ର ମାନସ ମେହେର, ଅମିତ ଭୋଇ, ବିମଳା ଭୁଏ, ସୂତପା ଗଡତିଆ ଓ ପିଣ୍ଟୁ ଭାଇ ଉପସ୍ଥିତ ରହି ଶବ ସତ୍କାର କରିଥିଲେ।
ଦୀର୍ଘ ୧୫ବର୍ଷ ଧରି ଅସହାୟ ଙ୍କ ସେବା ରେ ଉତ୍ସର୍ଗୀକୃତ ନିଷ୍ଠା ପରିବାର

