ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବନ ବିଭାଗ ବଡ଼ ସଫଳତା ହାସଲ କରିଛି। କୋଡ଼ିଙ୍ଗା ରେଞ୍ଜ ଅନ୍ତର୍ଗତ ନୁନୁପାଣି ନିକଟରେ କଲରାପତରିଆ ବାଘର ଛାଲ ଅବୈଧ ବେପାର ସମୟରେ ବନ ବିଭାଗ ଚଢ଼ାଉ କରି ଏହାକୁ ଜବତ କରିଛି।
ସୂଚନା ଅନୁସାରେ ପ୍ରାୟ ୫ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବନ କର୍ମଚାରୀମାନେ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।
ଜବତ ଛାଲ ସହିତ ସଂପୃକ୍ତ ଅନ୍ୟାନ୍ୟ ତଥ୍ୟ ଓ ଚୋରାଚାଲାନ ନେଟୱାର୍କ ସମ୍ପର୍କରେ ବନ ବିଭାଗ ତଦନ୍ତ ଜାରି ରଖିଛି।
ନବରଙ୍ଗପୁର ଜିଲ୍ଲାରେ ବନ ବିଭାଗ ବଡ଼ ସଫଳତା ହାସଲ କରିଛି।
