ତୀରନ୍ଦାଜୀରେ କଳାହାଣ୍ଡିର କ୍ଷୀରୋଦଙ୍କ କମାଲ୍: ହାସଲ କଲେ ୩ ସ୍ୱର୍ଣ୍ଣ

ତୀରନ୍ଦାଜୀରେ କଳାହାଣ୍ଡିର କ୍ଷୀରୋଦଙ୍କ କମାଲ୍: ହାସଲ କଲେ ୩ ସ୍ୱର୍ଣ୍ଣ

ତୀରନ୍ଦାଜୀରେ କଳାହାଣ୍ଡିର କ୍ଷୀରୋଦଙ୍କ କମାଲ୍: ହାସଲ କଲେ ୩ ସ୍ୱର୍ଣ୍ଣ

ଭୁବନେଶ୍ୱର: ତୀରନ୍ଦାଜୀରେ ଚମକିଲେ କଳାହାଣ୍ଡିର ଯୁବ ପ୍ରତିଭା କ୍ଷୀରୋଦ କୁମାର। ଭବାନୀପାଟଣାର ବିକାଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପ୍ରେ ଅଣ୍ଡର-୧୯ ଭାରତୀୟ ବର୍ଗରେ ଦମଦାର ପ୍ରଦର୍ଶନ କରିଛନ୍ତି ସେ।୪୦ ମିଟର ଏବଂ ୩୦ ମିଟର ଇଭେଣ୍ଟରେ କ୍ଷୀରୋଦ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ୧୧ଟି ରାଜ୍ୟରୁ ମୋଟ ୪୩୭ ଜଣ ତୀରନ୍ଦାଜ ଅଂଶଗ୍ରହଣ କରିଥିଲେ।ଏହି ଉଲ୍ଲେଖନୀୟ ସଫଳତା ପରେ କ୍ଷୀରୋଦ କୁମାର ଏବଂ ଓମ୍‌କାର ମାଝୀ ସିବିଏସ୍ଇ ଜାତୀୟ ତୀରନ୍ଦାଜୀ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।କଳାହାଣ୍ଡିର ଏହି ଯୁବ ତୀରନ୍ଦାଜଙ୍କ ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ।