ଜୟ ସଦଗୁରୁ ୟୁଥ ବୟସ କ୍ରିକେଟ ଟୁର୍ନାମେଣ୍ଟ ରେ ପାତ୍ରପୁର ଚାମ୍ପିୟନ

ଜୟ ସଦଗୁରୁ ୟୁଥ ବୟସ କ୍ରିକେଟ ଟୁର୍ନାମେଣ୍ଟ ରେ ପାତ୍ରପୁର ଚାମ୍ପିୟନ

ଜୟ ସଦଗୁରୁ ୟୁଥ ବୟସ କ୍ରିକେଟ ଟୁର୍ନାମେଣ୍ଟ ରେ ପାତ୍ରପୁର ଚାମ୍ପିୟନ

ରାୟଗଡ, ( info media) ଗତ କିଛିଦିନ ହେଲା ରାୟଗଡ଼ା ବ୍ଲକର କାର୍ଲାକଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଙ୍ଗୁର ଗ୍ରାମରେ ଜୟ ସଦଗୁରୁ ୟୁଥ୍ ବୟସ ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନର ଖେଳ ପାତ୍ରପୁର ଓ କେଉଟଗୁଡା ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା l ଆଜିର ଅନ୍ତିମ ଖେଳ ରେ ପାତ୍ରପୁର ଦଳ ଚମ୍ପିୟନ ହୋଇ ଥିଲେ ଓ ଅତ୍ୟନ୍ତ ଉତ୍ସାହ ଓ ଉତ୍ସବମୟ ପରିବେଶରେ ସମାପ୍ତ ହୋଇଥିଲା। ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଗ୍ରାମବାସୀମାନଙ୍କର ବ୍ୟାପକ ଭିଡ଼ ଦେଖାଯାଇଥିଲା, ଯାହା ଖେଳ ପ୍ରେମୀମାନଙ୍କର ଅପାର ଆଗ୍ରହକୁ ପ୍ରକାଶ କରିଥିବା ର ଦେଖିବାକୁ ମିଳିଥିଲା lଏହି ଗୌରବମୟ ଅବସରରେ ବିଜୁ ଜନତା ଦଳ ରାୟଗଡା ର ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ଅନୁସୟା ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀ ପି ଗୌରି ଶଙ୍କର ରାଓ, ଯୁବ ବିଜେଡିର ରାଜ୍ୟ ସମ୍ପାଦକ ଶ୍ରୀ ଯୁକ୍ତ ବିନାୟକ ପୋଲାଈ , ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଉଦୟ କୁମାର ହିମିରିକା B ଏବଂ ବିଜେଡି ରାୟଗଡ଼ା ବ୍ଲକ୍ ସଭାପତି ଶ୍ରୀ ଯୁକ୍ତ ପ୍ରତାପ ପେଦେଣ୍ଟୀ ମଧ୍ୟ ଉପସ୍ଥିତ ହୋଇ କ୍ରିଡ଼ାଳୁମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ ।ଖେଳର ରୋମାଞ୍ଚକ ମୁହୂର୍ତ୍ତମାନେ ସମସ୍ତ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା ଏବଂ ଦୁଇ ଦଳର ଖେଳାଳିମାନେ ନିଜ ନିଜ ପ୍ରତିଭା ଓ କୌଶଳର ଅଦ୍ଭୁତ ପ୍ରଦର୍ଶନ କରିଥିଲେ। ଅନ୍ତେ, ବିଜୟୀ ଦଳକୁ ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ଖେଳାଳିଙ୍କୁ ତାଙ୍କର କ୍ରିଡ଼ାସ୍ପୃହା ପାଇଁ ସ୍ତୁତି କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ କ୍ରିଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହିତ ସାମୁଦାୟିକ ଏକତା ଓ ଭାଇଚାରାର ମଜବୁତ ବାର୍ତ୍ତା ପ୍ରସାରିତ ହୋଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ