ଚାମ୍ପିୟାନ କ୍ରିକେଟ ଟିମ ନକଆଉଟ ଟୁର୍ନାମେଣ୍ଟ କୋତାପେଟା 2026 ଉଦଘାଟିତ।

ଚାମ୍ପିୟାନ କ୍ରିକେଟ ଟିମ ନକଆଉଟ ଟୁର୍ନାମେଣ୍ଟ କୋତାପେଟା 2026 ଉଦଘାଟିତ।

ଚାମ୍ପିୟାନ କ୍ରିକେଟ ଟିମ ନକଆଉଟ ଟୁର୍ନାମେଣ୍ଟ କୋତାପେଟା 2026 ଉଦଘାଟିତ।

ରାୟଗଡ ( info media) ରାୟଗଡ ଜ଼ିଲ୍ଲା ସଦର ବ୍ଲକ ର କୋତାପେଟା ପଂଚାୟତ ର ସଦର କୋତାପେଟା ନାଗାବଳି କ୍ରିକେଟ ପଡିଆ ଠାରେ ଚାମ୍ପିୟାନ କ୍ରିକେଟ ଟିମ ନକଆଉଟ ଟୁର୍ନାମେଣ୍ଟ କୋତାପେଟା 2026 ଉଦଘାଟିତ ଅତିଆଡ଼ମ୍ବର ସହକାରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ମେଚ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ଭେଙ୍କଟେଶ୍ୱର ରାଓ ଓରଫ ୟାଲା କୋଣ୍ଡା ବାବୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳ ର ଶୁଭାରମ୍ଭ କରିଥିଲେ l ମୁଖ୍ୟଅତିଥି କୋଣ୍ଡା ବାବୁ କୋତାପେଟା ରେ ପହଂଚିବା ପରେ ତାଙ୍କୁ କୋତାପେଟା ଉନୟନ କମିଟି ର ସଭାପତି ଲକ୍ଷ୍ମଣ ରାଓ ଓ ପୂର୍ବତନ ସରପଞ୍ଚ ପ୍ରସାଦ ହୁଇକା ଙ୍କ ସମତେ ଟୁର୍ନାମେଟ ର ସମସ୍ତ କର୍ମକର୍ତା ପାରମ୍ପରିକ ନାଚଗୀତ ଓମାଧ୍ୟମ ରେ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଚାନ୍ଦିଲି ଥାନାଧିକାରୀ ଉତ୍ତମ ସାହୁ, କେ ସି ପଟ୍ଟନାୟକ, ଏନ ଆଦିନାରାୟଣ ଙ୍କ ସମତେ ବହୁ ବ୍ୟକ୍ତି ଉପସ୍ଥିତ ରହି ଥିଲେ l ପ୍ରଥମେ ଅଥିତି ଙ୍କ ଦ୍ୱାରା ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପା ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି ଟୁର୍ନାମେଣ୍ଟ ଆଜି 6 ତାରିଖ ରୁ ଆରମ୍ଭ ହୋଇ ଆସନ୍ତା 24 ମେ ରେ ଫାଇନେଲ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଏହି ଟୁର୍ନାମେଣ୍ଟ ରେ ସର୍ବମୋଟ 32 ଗୋଟି ଦଳ ଭାଗ ନେଇଛନ୍ତି l ଉଦଘାଟନୀ ଖେଳ କୋତାପେଟା ଓ କୁଲଜିଙ୍ଗ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥି କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ ଜେ କୋତାପେଟା ଗାଁ ସହିତ ମୋର ପୂର୍ବଜନ୍ମ ର କିଛି ସମ୍ପର୍କ ଅଛି ସେଥିପାଇଁ ମୁଁ କୋଟପେଟର ସବୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହୁଛି ବୋଲି l ଏହି ଖେଳ ଦ୍ୱାରା ଆମ ମାନକ ମଧ୍ୟ୍ୟ ରେ ଭାଇଚାରା ସୃଷ୍ଟି ହୁଏ ବୋଲି l କୋତାପେଟା ଉନୟନ ପରିଷଦ ସଭାପତି ଲକ୍ଷ୍ମଣ ରାଓ ଖେଳାଳି ମାନ ଙ୍କ ନିମତେ ଏକ ଷ୍ଟାଡିୟମ କରିବା ନିମନ୍ତେ ସରକାର ଙ୍କୁ ଅନୁରୋଧ କରିଥିଲେ l ଦୀର୍ଘ ଏକ ମାସ ଧରି ଏହି ଟୁର୍ନାମେଣ୍ଟ କରିବା ନିମନ୍ତେ ପ୍ରସାଦ ହୁଇକା ଲକ୍ଷ୍ମଣ ରାଓ, ପୋନ୍ତୁରୁ ମାନିରାତନମ, କୋଣ୍ଡାବାତୁଲୁ ଶ୍ରୀନିବାସ ବାଡ଼ିଙ୍ଗି ଚାଣ୍ଟି ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଏହି କାର୍ଯ୍ୟକ୍ରମ ର ଆରମ୍ଭ ହୋଇଥିବା ରୁ ଅତିଥି ମାନେ ଉକ୍ତ ବ୍ୟକ୍ତି ଙ୍କୁ ଅଭିନନ୍ଦନ ଜଣାଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ