.ଗୁରୁପାଲି ଠାରେ ସ୍ଵର୍ଗତ ସୁଦାମ ଚରଣ ଖେତି କଂ ଶ୍ରୁତି ଉଦ୍ଦେଶ୍ଯ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ ୧୫,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଭେଡେନ୍ ବ୍ଳକ୍ ଆଏଁଲାପାଲି ଗ୍ରାମପଞ୍ଚାୟତ ର ଗୁରୁପାଲି ଗ୍ରାମରେ ଗୁରୁପାଲି ଯୁବଗୋଷ୍ଠୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୁଲ୍ୟରେ ସ୍ବର୍ଗତ ସୁଦାମ ଚରଣ ଖେତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭୨ତମ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ ଅମୃତ୍ କୁଟୁମ୍ ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ସୁନା ସଭାପତିତ୍ବରେ ସୁଦାମ ଚରଣ ଖେତିଙ୍କ ପିତା ଶ୍ରୀ ଇଶ୍ବର ଚନ୍ଦ୍ର ଖେତି ଓ ଆଏଁଲାପାଲି ସମିତି ସଭ୍ୟ ଶ୍ରୀ ତୋଷବନ୍ତ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାଁ ସମଲେଇ ତଥା ସୁଦାମ ଚରଣ ଖେତି ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ଦିବଙ୍ଗତ ଅମର୍ ଆତ୍ମା ପ୍ରତି ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଗଲା। ଗ୍ରାମର ବରିଷ୍ଠ ସଦସ୍ୟ ଶ୍ରୀ କାନ୍ଦୁରୁ ବେହେରା ଙ୍କୁ ଓ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ବିଜୟିନୀ ମହାପାତ୍ର, କାଉନସିଲର ମଣ୍ଟୁ ପ୍ରଧାନ, କରୁଣାକର ସାହୁ, ଜନକ ବେହେରା, ବିନୋଦ୍ କୁମାର୍ ବେହେରା ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।
ତିନି ଜଣ ଦମ୍ପତ୍ତି ପ୍ରଶାନ୍ତ ମହାକୁର ଧର୍ମପତ୍ନୀ ନିଲିମା ମହାକୁର, ମନୋଜ ବେହେରା ଧର୍ମପତ୍ନୀ ରସ୍ମି ବେହେରା, ରଂଜନ ବେହେରା ଧର୍ମପତ୍ନୀ ପଦ୍ମିନି ବେହେରା ରକ୍ତ ଦାନ କରି ଶିବିର କୁ ଆରମ୍ଭ କରିଥିଲେ । ୪ଜଣ ମହିଳା ଓ ୩୭ଜଣ ପୁରୁଷ ସମେତ ସର୍ବମୋଟ୍ ୪୧ୟୁନିଟ୍ ରକ୍ତ ସଂଗ୍ରହ ହେଲା। ବୁର୍ଲା ରକ୍ତ ଭଣ୍ଡାର୍ ଦ୍ଵାରା ରକ୍ତ ସଂଗ୍ରହ ହେଲା।ଶିବିର କୁ ସଂଯୋଜକ ପ୍ରକାଶ ଦାସ, ମନୋଜ ବେହେରା, ଭଗବାନ କର୍ମି ଙ୍କର୍ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅମୃତ୍ କୁଟୁମ୍ ସଂପାଦକ ଭିସ୍ମ ସିଂ ଛନ୍ଦ, ଭିମ ଦୁବସାଗର, ଗୋପି ମେହେର, ଘନସ୍ଯାମ୍ ଅଗ୍ରୱାଲା, ବିକାଶ ନାୟକ, ଜନ୍ମେଜୟ ମିଶ୍ର ଓ ଗ୍ରାମର ଯୁବଗୋଷ୍ଠୀ ଓ ଅମୃତ୍ କୁଟୁମ୍ ର ସଦସ୍ୟ ଗଣ ପରିଚାଳନା କରିଥିଲେ। ସବା ଶେଷରେ ସାହିତ୍ୟିକ ମଦନ ସୁନ୍ଦର ଖେତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
