ଗଞ୍ଜାମ ଜିଲ୍ଲା ସ୍ବର୍ଗତ ପଦ୍ମନାଭ ସାହୁଙ୍କ ଦ୍ବାଦଶାହ କାର୍ଯ୍ଯରେ ପୂର୍ବତନ ମନ୍ତ୍ରୀଙ୍କ ଯୋଗଦାନ।
ପୋଲସରା ୨୪/୮/୨୬ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସ୍ବର୍ଗତ ପଦ୍ମନାଭ ସାହୁଙ୍କ ଦ୍ବାଦଶାହ କାର୍ଯ୍ଯ ୨୪/୮/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ଯୋଗଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହା ସହିତ ଏକ ସଭାର ଆୟୋଜନ କରି ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସତ୍ୟନାରାୟଣ ସାହୁ,ଗୋରାଚାନ୍ଦ ସାହୁ,ବିଜୟ ସ୍ବାଇଁ, ସୂର୍ଯ୍ୟ ନାରାୟଣ ପାଢ଼ୀ, ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ ବିଶ୍ବାଳ,ଶରତ ପାଣିଗ୍ରାହୀ,ମନୋଜ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ(ପୁଅ)କବିତା ସାହୁ,ରମିତା ସାହୁ(ବୋହୁ)ମଞ୍ଜୁବାଳା ସାହୁ,ମମତା ସାହୁ (ଝିଅ) ଅରୁଣ ବେହେରା (ଜ୍ବାଇଁ)ଅସେନ କୁମାର ସାହୁ,ରୋସେନ ସାହୁ, ଲକ୍ଷ୍ମୀ ସାହୁ, ଅର୍ପିତା ସାହୁ, ରାଜେଶ ସାହୁ, ଅନନ୍ତ ସାହୁ (ନାତିନାତୁଣୀ)ବନ୍ଧୁବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
