ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସାତଦିନିଆ ବନ ମହୋତ୍ସବ ସପ୍ତାହ ପାଳିତ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସାତଦିନିଆ ବନ ମହୋତ୍ସବ ସପ୍ତାହ ପାଳିତ

[

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସାତଦିନିଆ ବନ ମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର, ୮/୭: ଜୁଲାଇ ମାସର ପ୍ରଥମ ସପ୍ତାହ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସାତଦିନିଆ ବନ ମହୋତ୍ସବ ସପ୍ତାହ ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ ସାମାଜିକ ସଙ୍ଗଠନ, ଶିକ୍ଷାନୁଷ୍ଠାନ, ଆଶ୍ରମ ଓ ସ୍ୱାସ୍ଥ୍ୟ ଅନୁଷ୍ଠାନର ସହଯୋଗରେ ବୃକ୍ଷରୋପଣ, ବୃକ୍ଷ ସୁରକ୍ଷା ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ “ବୃକ୍ଷ ହିଁ ଜୀବନ”, “Adopt a Tree” ଏବଂ “Door-to-Door Tree Plantation Drive” ଭଳି ଅଭିଯାନ ମାଧ୍ୟମରେ ଜନସାଧାରଣ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ବୃକ୍ଷରୋପଣ, ବୃକ୍ଷ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅଭିଯାନ ସମୟରେ ଅନେକ ବ୍ୟକ୍ତି ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରି ତାହାର ଯତ୍ନ ନେବାକୁ ସଂକଳ୍ପବଦ୍ଧ ହୋଇଥିଲେ।ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ବ୍ରହ୍ମପୁରର ମୁଖ୍ୟ ଶ୍ରୀ ରାକେଶ ପୃଷ୍ଟି, ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବ୍ରହ୍ମପୁର ଶାଖା)ର ଶ୍ରୀ ପଦ୍ମନାଭ ଦାଭେ, ଆଇସିଏଆଇ (ସି.ଏ.) ବ୍ରହ୍ମପୁର ଶାଖାର ଶ୍ରୀ ସୀତାରଜନୀ, ହରିପୁର ଉଚ୍ଚ ବିଦ୍ୟାଳୟ ସିକ୍ଷୟତ୍ରି ଶ୍ରୀ ରାଧା ରାଣୀ ବେହେରା (ହରିପୁର), ସାବରୀମାତା ଆଶ୍ରମର ଶ୍ରୀ ନଗେନ୍ଦ୍ରନାଥ ମହାରଣା ଏବଂ ରୁବୀ ହସ୍ପିଟାଲ, ଚିକିଟିର ଡ଼ଃ ବି. ନାଗେଶ୍ୱର ରାଓ ସୁବୁଦ୍ଧିଙ୍କ ସମେତ ବିଭିନ୍ନ ସଂସ୍ଥା ଓ ସଙ୍ଗଠନର ପ୍ରତିନିଧିମାନେ ସକ୍ରିୟ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ସାଗର ପ୍ରସାଦ ପାତ୍ର, ସଦସ୍ୟ ପି. ଭିନୋଦ, ଏ. ପ୍ରକାଶ, ସୋହନ କୁମାର,ଦୀପକ ପାତ୍ର,ସବ୍ୟସାଚୀ ପଣ୍ଡା,ରବି କୁମାର ସାହାଣୀ, ଅଜୟ କୁମାର ସାହୁ,ବିରାଜ ପ୍ରସାଦ ପାତ୍ର, ସଞ୍ଜୟ କୁମାର ସାମନ୍ତରାୟ ଏବଂ ସ୍ନେକ୍ ହେଲ୍ପଲାଇନର ସଦସ୍ୟ ଶ୍ରୀ ସ୍ୱାଧୀନ କୁମାର ସାହୁ ପ୍ରମୁଖ ସକ୍ରିୟ ଭାବେ ସହଭାଗୀ ହୋଇଥିଲେ।ଏହି ଅବସରରେ ସଭାପତି ଶ୍ରୀ ଶିବରାମ ପାଣିଗ୍ରାହୀ କହିଥିଲେ ଯେ, ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ସାମାଜିକ ଦାୟିତ୍ୱ। ତେଣୁ ପ୍ରତ୍ୟେକ ପରିବାର ଅତି କମରେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ସହ ସବୁଜ ପରିବେଶ ଗଠନରେ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ