ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ଆଶଙ୍କା,ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି ।

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ଆଶଙ୍କା,ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି ।

**ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ଆଶଙ୍କା,ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି ।

ଗଜପତି, ୨୩/୦୯ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶା ସମେତ ଗଜପତି ଜିଲ୍ଲାରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଡ଼ ପବନ ଓ ବଜ୍ରପାତର ଆଶଙ୍କା ରହିଛି।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ସେପ୍ଟେମ୍ବର ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ର–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ପୂର୍ବାନୁମାନ ରହିଛି।ଏହାର ପ୍ରଭାବରେ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ଝଡ଼ ପବନର ସମ୍ଭାବନା ରହିଛି। ସମୁଦ୍ରତଟ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ପାଣିପାଗ ଅସ୍ଥିର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି।ଗଜପତି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳ ଜମିବା, ଗଛ ଉପୁଡ଼ିବା, ବିଦ୍ୟୁତ୍‌ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି। ବଜ୍ରପାତ ସମୟରେ ଲୋକମାନେ ଖୋଲା ସ୍ଥାନ, ଗଛତଳ ଓ ବିଦ୍ୟୁତ୍ ଖୁଣ୍ଟ ନିକଟରେ ନ ରହି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାରେ ପାଣିପାଗର ଗତିବିଧି ଉପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବା ସହ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ବିଭିନ୍ନ ଭୂସ୍ଖଳନ ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଗ୍ରାମବାସୀମାନଙ୍କୁ ରିଲିଫ କେନ୍ଦ୍ର ଓ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ “ମା” ଗୃହ ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି।