ଗଜପତି ଏସପି ଜିଲ୍ଲାରେ 12 ଜଣ ଇନସପେକ୍ଟରଙ୍କୁ ଅଦଳବଦଳ କଲେ ।
ଗଜପତି, 24/1(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର କୁମାର ପଣ୍ଡା ୧୨ ଜଣ ପୁଲିସ ଇନ୍ସପେକ୍ଟରଙ୍କ ଜିଲ୍ଲା ମଧ୍ୟରେ ଅଦଳବଦଳ କରିଥିବା ସୂଚନା ମିଳିଛି। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କୁ ଅଡ଼ବା ଥାନା, ରାୟଗଡ଼ ଥାନାଧିକାରୀ କମଳା ଚୌଧୁରୀଙ୍କୁ ସେରଙ୍ଗ ଥାନା, ଗୁରାଣ୍ଡି ଥାନାଧିକାରୀ ଓମ୍ ନାରାୟଣ ପାତ୍ରଙ୍କୁ ମୋହନା ଥାନା, ସେରଙ୍ଗ ଥାନାଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଳଙ୍କୁ ଆର୍. ଉଦୟଗିରି ଥାନା, ଆର୍, ଉଦୟଗିରି ଥାନାଧିକାରୀ ଅଶ୍ଵିନୀ ଭିତିରିଆଙ୍କୁ ରାୟଗଡ଼ ଥାନା, ମୋହନା ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କୁ ଗାରାବନ୍ଧ ଥାନା, ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କୁ ଗୁରାଣ୍ଡି ଥାନାକୁ ବଦଳି କରାଯାଇଛି। ସେହିଭଳି, ଅଡ଼ବା ଥାନାର ଇନ୍ସପେକ୍ଟର ନଳିନୀ କୁମାରୀ କହଁରଙ୍କୁ ଅଡ଼ବା ଅତିରିକ୍ତ ଥାନାଧିକାରୀ ଦାୟିତ୍ୱ ଦିଆଯାଇଛି. ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟର ଡିସିଆରବିରେ ଥିବା ତ୍ରିନାଥ ସେଠୀଙ୍କୁ କାଶୀନଗର ଥାନାଧିକାରୀ ଏବଂ ପୁଲିସ ମୁଖ୍ୟାଳୟରେ ଥିବା ସନ୍ତୋଷ ବିଷୋୟୀଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡିଏଚ୍ଆର୍ପିସି ବିଭାଗ, ପୁଲିସ ମୁଖ୍ୟାଳୟରେ ଥିବା ବାଲ୍ମିକୀ ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଟ୍ରାଫିକ୍ ୱିଙ୍ଗ ଓ ପୁଲିସ ମୁଖ୍ୟାଳୟରେ ଥିବା କଳ୍ପଲତା ପ୍ରଧାନଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡିସିଆରବିକୁ ବଦଳି କରାଯାଇଛି । ଚଳିତ ମାସ ୨୭ ତାରିଖ ସୁଦ୍ଧା ସମସ୍ତଙ୍କୁ ଦାୟିତ୍ଵ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ ରହିଛି।
