କେ ସୀତାପୁର ପଞ୍ଚାୟତରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି :(ମନୋଜ ପାଢ଼ୀ) ରାଜ୍ୟରେ ବିଜେପି ସରକାର ପକ୍ଷରୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ କରାଯାଉଛି । କାଶୀନଗର ବ୍ଲକ୍ ଅନ୍ତର୍ଗତ କେ ଶୀତାପୁର ଗ୍ରାମ ପଞ୍ଚାୟତରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମେ ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ପ୍ରକାରର ଯୋଜନା ତିଆରି କରି କରିଥିବା ବିଷୟକୁ ଆଲଚନା କରି କିଭଳି ସରକାରୀ ଯୋଜନା ସମସ୍ତ ଯୋଗ୍ୟ ଲୋକଙ୍କ ନିକଟରେ ପହଞ୍ଚିବ ଲୋକ ଏହି ବିଷୟରେ ଆଲାଚନା କରଯାଇଥିଲା। ଏଥିରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ତେଜା ବାବୁ ଓ କାଶୀନଗରେ ବ୍ଲକର ଅଧ୍ୟକ୍ଷା ବାଲା ସାୟାମା ଡବଲ ଇଞ୍ଜିନ ସରକାରରେ ସରକାରୀ ଯୋଜନା ଆଜି ପର୍ଯ୍ୟନ୍ତ ଲୋକ ନିକଟରେ ଅପହଞ୍ଚ ଥିବା ପ୍ରକାଶ କରି ଦୁଃଖ ପ୍ରକାଶ କରିଛନ୍ତି, କାରଣ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ହେଲା ସତ କିନ୍ତୁ ଆଜକୁ ଦୁଇ ମାସ ପୁରିଲାଣି ବୃଦ୍ଧା ଭତା ହେଉ କି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଗରୀବ ହିତାଧିକାରୀଙ୍କୁ ଯୋଗାଇବାରେ ବିଳମ୍ବ ହେତୁ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ସରକାର ପୂର୍ବ ବିଜେଡି ସରକାର ଅମଳରେ ତିଆରି କରିଥିବା କିଛି ଯୋଜନାକୁ ନାମ ପରିବର୍ତ୍ତନ କରିଥିବା ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ଅଙ୍ଗନବାଡି କର୍ମୀ ମାନଙ୍କୁ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ତେଜା ବାବୁ ଏବଂ କାଶୀନଗର ବ୍ଲକର ଅଧ୍ୟକ୍ଷାଙ୍କ ଦ୍ୱାରା ମୋବାଇଲ୍ ବଣ୍ଟନ କରାଯାଇ ବିଭିନ୍ନ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇ ମୁଖ୍ୟ ମନ୍ତ୍ରୀ ଅର୍ଣ୍ଣପୂର୍ନା ଯୋଜନା କାର୍ଡ ଗରୀବ ହିତାଧୀକାରୀଙ୍କୁ ବଣ୍ଟନ କରାଯାଥିଲା । ଏଥିରେ ସ୍ଥାନୀୟ ପଞ୍ଚାୟତର ସମସ୍ତ ଅଙ୍ଗନବାଡି, ଆଶା କର୍ମୀ, ଗ୍ରାମ ସେବକ, ଯନ୍ତ୍ରୀ, ଯୋଗାଣ ସହାୟକ, କାଶୀନଗର ବ୍ଲକ୍ ସିଡିପିଓ ଓ ସୁପର ଭାଇଜର, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଏମ୍ବିକେ , ସୁଭଦ୍ରା ଯୋଜନାରେ ଟଙ୍କା ପାଉଥିବା ହିତାଧୀକାରୀ, ମହିଳା ଶୟଂ ସହାୟକ ଗୋଷ୍ଠୀ ମେମ୍ୱର ଅନେକ ମହିଳା, ବୁଦ୍ଧିଜୀବି ମାନେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ।
