ଆଲଫାବେର୍ଜ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ —

ଆଲଫାବେର୍ଜ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

:- ଆଲଫାବେର୍ଜ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ———————————————ଗଜପତି,୧୩.୧(ମନୋଜ ପାଢ଼ୀ) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଲଫାବେର୍ଜ୍ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ଵିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ମହାରାଙ୍କ ପ୍ୟାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବର୍ଷକୁ ବର୍ଷ ଏହି ବିଦ୍ୟାଳୟ ବଢ଼ି ଚାଲିଥିବା ଯୋଗୁଁ ପ୍ରଥମେ ଏହି ଅନୁଷ୍ଠାନର ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଅନୁଷ୍ଠାନର ଉଦ୍ୟୋକ୍ଟା ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୂର୍ତ୍ତିକାର ହୋଇ ଛୋଟ ଛୋଟ ପିଲା ମାନଙ୍କ ଭବିଷ୍ୟତ ରେ ଶିକ୍ଷ୍ୟା ଓ ଭଲ ମଣିଷ ଗଢ଼ିବା ପାଇଁ ଯେଉଁ ଦାଇତ୍ୱ ନେଇଛନ୍ତି ସେଥିପାଇଁ ଭଗବାନ ଆଶୀର୍ବାଦ କରନ୍ତୁ । ପିଲାମାନଙ୍କ ଭବିଷ୍ୟତରେ ସେମାନଙ୍କ ଚରିତ୍ର ଗଠନର ଆପଣ ମାନେ ସର୍ବଦା ଯତ୍ନବାନ ହେବାକୁ ପରାମର୍ଶ ଦେଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶ୍ରେଷ୍ଠ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ଆମ ଦେଶର ସଂସ୍କାର , କଳା ଓ ସଂସ୍କୃତି ଅନ୍ୟ ଦେଶ ମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ତେଣୁ ଜଣେ ସୁନାଗରିକ ହେବା ପାଇଁ ଚରିତ୍ର ଗଠନର ଯେଉଁ ସବୁ ଉପାଦାନ ରହିଛି ସେ ସବୁ ଗଢିବାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୁଖ୍ୟ ଭୂମିକା ଓ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ , ତାଙ୍କର ମୋହନା ନିର୍ବାଚନ ମଣ୍ଡଳୀରେ ଏହିଭଳି ବିରଳ ଅନୁଷ୍ଠାନକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ବିଧାୟକ ଭାବେ ମୋର ଯାହା ସାହାଯ୍ୟ ଆବଶ୍ୟକ ପଡ଼ିବ ସେଥିପାଇଁ ମୁଁ ନିଶ୍ଚିତ ଭାବେ ସାହାଯ୍ୟ ଓ ସହଯୋଗ କରିବି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରତିଷ୍ଠାତା ସନ୍ତୋଷ ପାତ୍ର ଏବଂ ଶିବ କୁମାର ପାଟଯୋଶୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ପିଲାମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।