ଆର ଜୋନ ରଜ କମିଟିର ରଜ ମହୋତ୍ସବ।
ସେମିଳିଗୁଡା.ତାରିଖ ୧୭,୬,୨୦୨୬,ସୁନାବେଡା ଆର୍.ଜୋନ ରଜ କମିଟି ତରଫରୁ ରଜ ଉପଲକ୍ଷେ ଚାରିଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିନ ସଂଧ୍ଯାରେ ରଜ ପର୍ବର ତାତ୍ପର୍ଯ୍ୟ ଉପରେ ଅତିଥିମାନେ ମତବ୍ଯକ୍ତ କରିଥିଲେ। ସଂଧ୍ଯାରେ ରଜର ଭୂମି ଦହନ ଦିନ ଅତିଥି ଭାବରେ ସେମିଳିଗୁଡାର ବରିଷ୍ଠ ଶିକ୍ଷାବିତ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜସେବୀ ତଥା ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର ,ହାଲର ଡେପୁଟି ଜେନେରାଲ ମ୍ୟାନେଜର ତାପସ ଦାସ ଯୋଗଦେଇ ଥିଲେ।ରଜ ଏକ କୃଷିଭିତ୍ତିକ ପର୍ବ ଓ ଗଣ ପର୍ବ ତଥା ରଜର ପରମ୍ପରା,ମହତ୍ତ୍ବ ବିଷୟରେ ଅତିଥିମାନେ ଅଭିଭାଷଣ ପ୍ରଦାନ କରିଥିଲେ। ରଜ କମିଟିର ସଭାପତି ଆନନ୍ଦ ମୌଳି ପଟ୍ଟନାୟକ ସଭାପତିତ୍ବ କରିଥିଲେ। କମିଟିର ସାଲିମ,ବିକ୍ରମ, ସୂଜିତ ଓ ଅନ୍ଯାନ୍ଯ ସଦସ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ଅଂଚଳରୁ ଆସିଥିବା ଶିଶୁ କଳାକାରମାନେ ଚିତାକର୍ଷକ ନୃତ୍ଯ ଓ ସଂଗୀତ ପରିବେଷଣ କରିଥିଲେ।ସମସ୍ତଙ୍କୁ ପୁରସ୍କୃତ କରାଯାଇ ଥିଲା। ରଜ ଉସ୍ଚବରେ ଦୋଳି ଖେଳ, ଆକର୍ଷଣୀୟ ସେଲଫି ପଏଣ୍ଟ ଇତ୍ୟାଦିକୁ ଉପଭୋଗ କରିବାପାଇଁ ପ୍ରବଳ ଜନସମାଗମ ହୋଇ ଥିଲା।।
