ଅବସର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ରାୟଗଡ (info media) ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡ଼ୁବାଲି ପଞ୍ଚାୟତ ଅନ୍ତର୍ଗତ ନେହୁରପାଙ୍ଗା ଆଶ୍ରମ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଉର୍ମିଳା ପିପଳିଙ୍କୁ ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ସଭା ନେହୁରପାଙ୍ଗା ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ୟାମଘନ ଭୁଆଁ, ଚନ୍ଦ୍ରପୁର ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀତମ ପୂର୍ତ୍ତି, ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର, ସହକାରୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରି, ବୁଡ଼ୁବାଲି ପଞ୍ଚାୟତ ସରପଞ୍ଚ ଶ୍ରୀ ଭିମ ଗଗେରାଙ୍ଗା, ଚନ୍ଦ୍ରପୁର ପିଏମ ଶ୍ରୀ ସରକାରୀ ଏସ ଏସ ଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ, ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ଶ୍ରୀରାମ, ଡାଙ୍ଗସୋରଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ଦଣ୍ଡସେନା, ବୁଡ଼ୁବାଲି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁଶୁଲିଆ, ବରିଷ୍ଟ ଶିକ୍ଷକ ଡ ପ୍ରଦିପ କୁମାର ଚୌଧୁରୀ, ହାକୁସପାଙ୍ଗା ଆଶ୍ରମ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ କାଡ୍ରାକା,ସମାଜ ସେବା କର୍ମି କୈଳାସ ମାଳବିଶୋଇ , ଇଶ୍ୱର ରାଓ,ବିଜୟ ପ୍ରସାଦ ଉଲ୍ଲକା, ହାଡିପା ଗୌଡ, ଡାଟା ଏଣ୍ଟ୍ରି ତପନ କୁମାର, ବାସୁଦେବ ସାହୁକାର ଯୋଗଦେଇ ଥିଲେ l ଏଥିରେ ମଞ୍ଚାସିନ ଅତିଥି ମାନଙ୍କୁ ଶିକ୍ଷକ ବୃନ୍ଧ ଉପଢୋକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ l ମଞ୍ଚାସିନ ଅତିଥି ମାନେ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ନେଉଥିବା ଶିକ୍ଷୟତ୍ରୀ ଶ୍ରୀମତୀ ଉର୍ମିଳା ପିପଳି ଙ୍କ ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଶିକ୍ଷା ପ୍ରଦାନ କରିଥିବା ଉପରେ ଆଲୋକ ପାତ କରିଥିଲେ l ଏଥିରେ ଚନ୍ଦ୍ରପୁର ସରକାରୀ ପିଏମ୍ ଶ୍ରୀ ବିଦ୍ୟାଳୟ, ଏସ ଏସ ଡି ଉଚ୍ଚ ବାଳିକା ବିଦ୍ୟାଳୟ, ବୁଡ଼ୁବାଲି ଆଶ୍ରମ ବିଦ୍ୟାଳୟ, ହାକୁସପାଙ୍ଗା ଆଶ୍ରମ ବିଦ୍ୟାଳୟ, ରାଇବିଯି ବାଳିକା ବିଦ୍ୟାଳୟ, ଡାଙ୍ଗସୋରଡ଼ା ବିଦ୍ୟାଳୟ ଓ ନେହୁରପାଙ୍ଗା ଆଶ୍ରମ ବିଦ୍ୟାଳୟ ସମସ୍ତ ଶିକ୍ଷକ ପାଚିକରାୟଗଡରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
