ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର) ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରି ସଦର ଥାନା ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଗତ ତିନି ଦିନ ପୁର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଯେହେତୁ ଗତ ତିନି ଦିନ ହେଲା ଅଞ୍ଚଳରେ ଦୁର୍ଗନ୍ଧ ବହୁଥିବା ଅଞ୍ଚଳ ଲୋକ ଜାଣିପାରି ମଧ୍ୟ କେହି କିଛି ଅନୁଧ୍ୟାନ କରିନଥିଲେ। ଗତକାଲି ଜଣେ ବ୍ୟକ୍ତି ଗନ୍ଧ ବାରି ଗୋଟିଏ ଲଟାବୁଦା ମୁଳରେ ମୁହଁ ତଳକୁ କରି ଜଣେ ବ୍ୟକ୍ତି ର ଶବ ପଡ଼ିଥିବା ଦେଖି ଅଞ୍ଚଳ ରେ ପ୍ରକାଶ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ସାଗଣ୍ଟିଫିକ୍ ସହ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହ ରେ ରଖି ଏକ ଅପମୃତ୍ୟୁ ମାମଲା ନଂ ୩୩/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ କୁ ମୃତ୍ୟୁ ଦଣ୍ଡ।
*ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ କୁ ମୃତ୍ୟୁ ଦଣ୍ଡ। ଗତ ୨୦୨୧ ମସିହାରେ ପୋଲସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ…
ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର
ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର….. ବରଗଡ-୧୩,୧୨,୨୫(ଭବାନୀ ଶଙ୍କର ପାଢ଼ୀ) ୧୦୮ଆମ୍ବୁଲାନ୍ସ ଦ୍ଵାରା ନଭେମ୍ବର ୬ତାରିଖ ରେ ବରପାଲି ରୁ ଅତ୍ୟନ୍ତ ଶୋଚନୀୟ ଅଵସ୍ଥା…
ମୋହନା ବ୍ଲକର କିଛି ଅଞ୍ଚଳରେ ଖରାଦିନ ନ ଆସୁଣୁ ପାନୀୟ ଜଳର ଅଭାବ ବେଳେ ଘର ନିର୍ମାଣ କାମରେ ପିଇବା ପାଣି ବ୍ୟବହାରକୁ ବିରୋଧ କଲେ ଗ୍ରାମବାସୀ ।
ମୋହନା ବ୍ଲକର କିଛି ଅଞ୍ଚଳରେ ଖରାଦିନ ନ ଆସୁଣୁ ପାନୀୟ ଜଳର ଅଭାବ ବେଳେ ଘର ନିର୍ମାଣ କାମରେ ପିଇବା ପାଣି ବ୍ୟବହାରକୁ ବିରୋଧ କଲେ ଗ୍ରାମବାସୀ…
