ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

ଗଜପତି, ୨୯.୧.୨୦୨୬ ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ଲୋକ ଙ୍କୁ ମାତ୍ରାଧିକ ଜରିମାନା, ଟାଟା ପାୱାର ର ଶୋଷଣ ପ୍ରତିବାଦ ରେ ଆଜି ନବ ନିର୍ମାଣ କୃଷକ ସଂଗଠନ ସକାଳ ୬ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି। ତେବେ ପର୍ଯ୍ୟଟନ ସହର ପୁରୀ ରେ ଏହାର ପ୍ରଭାବ ବିଲକୁଲ ନାହିଁ।ଗାଡ଼ି ମୋଟର ଯାତାୟାତ ସ୍ଵାଭାବିକ ରହିଚି। ଦୋକାନ ବଜାର ଖୋଲା ରହିଚି। ହେଲେ ପୁରୀ ସହର ରେ ଥିବା ପେଟ୍ରୋଲ ପମ୍ପ ବନ୍ଦ ରହିଚି। ଗାଡ଼ି ମୋଟର ଯାତାୟାତ ସ୍ଵାଭାବିକ ଥିବାରୁ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ପ୍ରଶାସନ ଙ୍କ ଯାତାୟାତ ରେ କୌଣସି ସମସ୍ୟା ସୃଷ୍ଟି ହୋଇନି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ପକ୍ଷରୁ ପୁରୀ ସହର ରେ କଡା ନଜର ରଖାଯାଇଛି। ତେବେ ନବ ନିର୍ମାଣ କୃଷକ ସଂଗଠନ ର ବନ୍ଦ ପାଳନ କୁ ବାମଦଳ, କଂଗ୍ରେସ ସମର୍ଥନ ଜଣାଇଛନ୍ତି।ଗଜପତି ଜିଲ୍ଲା ରିପୋର୍ଟ ମନୋଜ କୁମାର ପାଢୀ ।