ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର) ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରି ସଦର ଥାନା ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଗତ ତିନି ଦିନ ପୁର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଯେହେତୁ ଗତ ତିନି ଦିନ ହେଲା ଅଞ୍ଚଳରେ ଦୁର୍ଗନ୍ଧ ବହୁଥିବା ଅଞ୍ଚଳ ଲୋକ ଜାଣିପାରି ମଧ୍ୟ କେହି କିଛି ଅନୁଧ୍ୟାନ କରିନଥିଲେ। ଗତକାଲି ଜଣେ ବ୍ୟକ୍ତି ଗନ୍ଧ ବାରି ଗୋଟିଏ ଲଟାବୁଦା ମୁଳରେ ମୁହଁ ତଳକୁ କରି ଜଣେ ବ୍ୟକ୍ତି ର ଶବ ପଡ଼ିଥିବା ଦେଖି ଅଞ୍ଚଳ ରେ ପ୍ରକାଶ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ସାଗଣ୍ଟିଫିକ୍ ସହ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହ ରେ ରଖି ଏକ ଅପମୃତ୍ୟୁ ମାମଲା ନଂ ୩୩/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।
ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ । ଗଜପତି,୫.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ପୁରାତନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବାଳିକା ଉଚ୍ଚ…
ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ନୂଆପଡ଼ା: ଆସନ୍ତା ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନ ପାଇଁ କଂଗ୍ରେସ ଦଳ…
ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ବିଭାଗ ପକ୍ଷରୁ ହେଉଥିବା କାର୍ଯ୍ୟ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।
ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ବିଭାଗ ପକ୍ଷରୁ ହେଉଥିବା କାର୍ଯ୍ୟ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ…
