ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର )ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡାରେ ଏକ ଅଜଣା ଗାଡ଼ି ଧକ୍କାରେ ଅନୁଛାୟା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କର ଘର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁଶପଲୀ ହୋଇଥିବା ବେଳେ ସେ ଗତ କିଛି ମାସ ହେଲା ବାପା ଘରେ ରହୁଥିଲା। ଗତକାଲି ସନ୍ଧ୍ୟାରେ ବାପାଙ୍କର ଜମି କାର୍ଯ୍ୟରୁ ଘରକୁ ଫେରିବା ବେଳେ ଏକ ଚାରି ଚକିଆ ଯାନ ତାକୁ ଧକ୍କା ଦେଇଥିଲା। ଯାହା ଫଳରେ ସେ କିଛି ଦୁର ଛିଟିକି ପଡିଥିଲା। ଏତିକି ବେଳେ ଗାଡ଼ି ଡ୍ରାଇଭର ତାକୁ ରାସ୍ତା କଡ଼ରେ ଗଡେଇ ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମହିଳାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିର ଅନୁସନ୍ଧାନ ଚଳାଇ ଘଟଣା ର ତଦନ୍ତ ଚଳାଇଛନ୍ତି।
Related Posts
ଗଞ୍ଜାମ ପୁଲିସକୁ ବଡ଼ ସଫଳତା।ଅପରାଧ ଦମନ କରିବାକୁ ସ୍ଵତନ୍ତ୍ର ଡ୍ରାଇଭ୍।
ଗଞ୍ଜାମ ପୁଲିସକୁ ବଡ଼ ସଫଳତା।ଅପରାଧ ଦମନ କରିବାକୁ ସ୍ଵତନ୍ତ୍ର ଡ୍ରାଇଭ୍। ଦୁଇ ସପ୍ତାହଧରି ଚାଲିଥିବା ସ୍ଵତନ୍ତ୍ର ଡ୍ରାଇଭରେ ଜବତ ହୋଇଛି ୧୭ ବନ୍ଧୁକ ,୬୬ ଟି ଅଫୁଟା…
ଶୁଣିଲେନି ପ୍ରଶାସନ! ଗ୍ରାମବାସିଙ୍କ ସମଦାନରେ ନଦୀ ଉପରେ ରାମସେତୁ ନିର୍ମାଣ କରି, ନିଜ ଦୁଃଖ ଜଣାଇଲେ ଗ୍ରାମବାସୀ ।
ଶୁଣିଲେନି ପ୍ରଶାସନ! ଗ୍ରାମବାସିଙ୍କ ସମଦାନରେ ନଦୀ ଉପରେ ରାମସେତୁ ନିର୍ମାଣ କରି, ନିଜ ଦୁଃଖ ଜଣାଇଲେ ଗ୍ରାମବାସୀ ।ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲା ମୋହନା…
ଶତ୍ରୁତାରୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ
ଶତ୍ରୁତାରୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା…
