ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ ।

Spread the love

ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୮/୪/ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି। ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ମାତ୍ର ୧୦୦୦ ଟଙ୍କାର ପେନସନ୍ ସଂଗ୍ରହ କରିବା ପାଇଁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ଏବଂ ଏହାର କାରଣ ହେଉଛି ପୁରୁଣା ସରକାରୀ ରେକର୍ଡ। ୧୦ ବର୍ଷ ପୂର୍ବରୁ ସ୍ୱାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। ସ୍ୱାମୀଙ୍କ ମୃତ୍ୟୁ ପରେ ସେଠାରେ ବିଧବା ଭତ୍ତା ପାଉଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ବଗି ନିଜ ପୁଅ ମାନଙ୍କ ପାଖରେ ଆଶ୍ରୟ ନେବାକୁ ଗାଁକୁ ଆସିଲେ।ହେଲେ ପୁଅମାନେ ମାଆକୁ ପଚାରୁ ନାହାନ୍ତି। ଦୀର୍ଘ ୮ ବର୍ଷ ହେଲାଣି ବଗି ନିଜ ଗାଁରେ ରହି ଆସୁଛନ୍ତି। ସେ ଗୋବିନ୍ଦପୁର ପଞ୍ଚାୟତରେ ଚାଉଳ ପାଉଥିବା ବେଳେ ଭତ୍ତା ପାଇଁ ୬୦ କିମି ଦୂର ଆର. ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତକୁ ଯାଉଛନ୍ତି। ହଜାରେ ଟଙ୍କା ପାଇବା ପାଇଁ ୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ବଗି।ପ୍ରତି ମାସ, ଏହି ଦୁର୍ବଳ ସତୁରି ବର୍ଷୀୟା ମହିଳା ୬୦ କିଲୋମିଟରର କଷ୍ଟଦାୟକ ଯାତ୍ରା କରି ପେନସନ୍ ସଂଗ୍ରହ କରନ୍ତି। ଗୋବିନ୍ଦପୁରରେ ଘରେ ପହଞ୍ଚିବା ସମୟରେ, ଯାତାୟାତ ଖର୍ଚ୍ଚରେ ଅଧିକାଂଶ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ।

ଗୋବିନ୍ଦପୁରରେ ରାସନ ସୁବିଧା ପାଇଁ ନାମ ପଞ୍ଜିକୃତ ହୋଇଥିଲେ ମଧ୍ୟ, ତାଙ୍କ ପେନସନ୍ ରେକର୍ଡ ଅପରିବର୍ତ୍ତିତ ରହିଛି। ସେ ନିଜ ଗାଁରୁ ଚାଉଳ ପାଉଥିବା ବେଳେ, ଦୂର ବ୍ଲକରୁ ପେନସନ୍ ସଂଗ୍ରହ କରିବା ପାଇଁ ତାଙ୍କୁ ଅନେକ କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡୁଛି ।