ଲଜ୍ଜରେ ପ୍ରେମିକା କୁ ଛୁରୀ ଭୁଷି ହତ୍ୟା।

Spread the love

ଲଜ୍ଜରେ ପ୍ରେମିକା କୁ ଛୁରୀ ଭୁଷି ହତ୍ୟା।

ନୁଆ ବସଷ୍ଟାଣ୍ଡ ନିକଟ ପୁଷ୍ପାଞ୍ଜଳି ଲଜ୍ଜ ରେ ଏକ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପ୍ରିୟା ମହାରଣା ନାମ୍ନୀ ଜଣେ ଯୁବତୀ କୁ ଅଭୟ ମହାରଣା ନାମକ ଜଣେ ଯୁବକ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଅଭୟ ପୋଲିସ କବଜାରେ ରହିଛି। ଖବର ପାଇ ପୋଲିସ ଓ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଯୁବତୀ ର ଘର ଲାଞିପଲୀ ଫାଣ୍ଡି ନିକଟରେ ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ର ଘର ନିକଟସ୍ତ ଉମା ନଗର ବୋଲି ଜଣାପଡିଛି।