ମହାପ୍ରଭୁଙ୍କ ବରାହ ନୃସିଂହ ଅବତାର

Spread the love

ମହାପ୍ରଭୁଙ୍କ ବରାହ ନୃସିଂହ ଅବତାର

ଗଜପତି,(ମନୋଜ ପାଢୀ ): ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରାରେ ମହାପ୍ରଭୁ ଆଜି ବରାହ ନୃସିଂହ ଅବତାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପ୍ରଦାନ କରିଛନ୍ତି । ଗୁଣ୍ଡିଚା ମନ୍ଦିରରେ ଆଜି ତିନି ଠାକୁରଙ୍କୁ ଭୋର ସକାଳେ ପ୍ରଭାତ ଆଳତୀ ସହ ଯଥା ଵିଧି ଅନୁଯାୟୀ ପୂଜା ପାଠ କରାଯାଇଥିଲା। ପରେ ସୁସଜ୍ଜିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବରାହ ଅବତାରରେ ଶ୍ରୀବଳଭଦ୍ରଙ୍କୁ ନୃସିଂହ ଅବତାରରେ ସାଜସଜ୍ଜା କରାଯାଇ ପୁଣି ପୂଜାପାଠ କରାଯିବା ପରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ପ୍ରଭୁଙ୍କ ଆଜିର ଏହି ଦ୍ଵିତୀୟ ଅବତାର ଦର୍ଶନ ପାଇଁ ସମଗ୍ର ଗଜପତି ଜିଲ୍ଲା ଓ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ଆଜିର ଏହି ଭକ୍ତଙ୍କ ପ୍ରବଳ ସାମଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଗଜପତି ପ୍ରଶାସନ ଓ ପୋଲିସ ପକ୍ଷରୁ ସମ୍ପୂର୍ଣ ସଜାଗ ରହିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।