ବଡ଼ଏକାଦଶୀ ତଥା ହରିଶୟନ ଏକାଦଶୀ ପାଳିତ,ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର ।

Spread the love

ବଡ଼ଏକାଦଶୀ ତଥା ହରିଶୟନ ଏକାଦଶୀ ପାଳିତ,ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର ।

ଗଜପତି( ମନୋଜ ପାଢୀ ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବଡ଼ ଏକାଦଶୀ ତଥା ହରି ଶୟନ ଏକାଦଶୀ ପାଳିତ ହୋଇଯାଇଛି। ଏହି ଏକାଦଶୀ ତଥା ବଡ଼ ଏକାଦଶୀ ପାଳନ କରିବା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସକାଶେ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଛି।ଏହି ଏକାଦଶୀ ପାଳନ କଲେ ବହୁ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି। ଆଜି ସନ୍ଧ୍ୟା ସମୟରେ ତିନି ଠାକୁରଙ୍କୁ ସୁନା ବେଶ କରାଯିବ।ଠାକୁର ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ।।ଆଖପାଖ ପୁରପଲ୍ଲୀରୁ ବହୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପଦୀପ ତୁଳସୀ ଧରି ଠାକୁର ପାଖକୁ ଆସି ପୂଜାର୍ଚ୍ଚନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ପ୍ରଶାସନ ମୃତୟନ କରାଯାଇଛି।