ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା କୋଠା, ୧୧ ମୃତ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଶନିବାର (୧୯ ଏପ୍ରିଲ) ପ୍ରତ୍ୟୁଷରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି। କୋଠା ଭୁଶୁଡ଼ିବା ସମ୍ପର୍କରେ ଏକ ଭିଡିଓ ସାମ୍ନାକୁ ଆସିଛି ।