ଝରାପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ଚଳିତ ଖରିଫ ଋତୁରେ ଧାନ କ୍ରୟବିକ୍ରୟ ପାଇଁ ଚାଷୀ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

Spread the love

ଝରାପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ଚଳିତ ଖରିଫ ଋତୁରେ ଧାନ କ୍ରୟବିକ୍ରୟ ପାଇଁ ଚାଷୀ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ୟାର୍ଡ଼ ପରିସରରେ ଚଳିତ ଖରିଫ ଋତୁର ବର୍ଷ ୨୦୨୫/୨୬ କ୍ରୟବିକ୍ରୟ ପାଇଁ ଚାଷୀ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଝରାପାଲି ମାର୍କେଟ ସରକାର ଚିତ୍ତ ରଞ୍ଜନ ଆଚାର୍ଯ୍ୟ, ଭୀମସେନ ରଥ, ସଂକ୍ରିଡା ପେକ୍ସ ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ ଓ ସଂକ୍ରିଡା ଅଂଚଳର ଭିଏବ୍ଲ୍ଯୁ ଶ୍ରୀମତୀ ପଂକଜିନୀ ପଣ୍ଡା ଯୋଗଦେଇ ଚଳିତ ଖରିଫ ଋତୁରେ କ୍ରୟ ବିକ୍ରୟ ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ। ଚାଷୀ ମାନେ ଉନ୍ନତ ମାନର (ଏଫଏକ୍ୟୁ) ଧାନ ଆଣି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ପାଇବା ପାଇଁ ଆଲୋଚନା ହୋଇଥିଲା।ଆସନ୍ତା ୨୮,୧୧,୨୫ ରେ ମାର୍କେଟ ୟାର୍ଡ଼ ମାନେ ବିଲମ୍ବରେ ଖୋଲୁଥିବାରୁ ଚାଷୀ ମାନଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା।କେତେକ ଚାଷୀ କଂ ଧାନ ଅମଳ ହୋଇସାରିଛି, ଧାନ ରଖିବା ପାଇଁ ଚାଷୀ ମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୦,୧୧,୨୫ ପର୍ଯ୍ୟନ୍ତ ଖୋଲା ହେଲେ ଅନେକାଂଶରେ ସୁବିଧା ହେବ ବୋଲି ଚାଷୀମାନେ ଦାବୀ କରିଛନ୍ତି। ଏହି ସମୟରେ ମାର୍କେଟ କର୍ମଚାରୀ ଓ ପେକ୍ସ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *