କ୍ରାନ୍ତି ପଡା ଠାରେ ଡକ୍ଟର ବି ଆର ଆମ୍ବେଦକର କଂ ୧୩୫ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

Spread the love

କ୍ରାନ୍ତି ପଡା ଠାରେ ଡକ୍ଟର ବି ଆର ଆମ୍ବେଦକର କଂ ୧୩୫ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ କ୍ରାନ୍ତିପଡା ଠାରେ ମହାସମାରୋହରେ ଡକ୍ଟର ବି ଆର ଆମ୍ବେଦକର କଂ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ କ୍ରାନ୍ତିପଡା ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର କ୍ଲବ ପକ୍ଷରୁ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ଡକ୍ଟର ଭୀମରାଓ ଆମ୍ବେଦକର କଂ ଫଟୋ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହା ପରେ କ୍ରାନ୍ତିପଡା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଝରାପାଲି ମାର୍କେଟ ଓ ଥୁଆପାଲି ପରିକ୍ରମା କରିଥିଲେ। ଏଥିରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ ବାବା ଭୀମରାଓ ଆମ୍ବେଦକର ଅମର ରହେ ନାରା ଦେଇ ପରିକ୍ରମା କରିଥିଲେ।ଏହାର ନେତ୍ରୁତ୍ଵ ନେଇ ଥିଲେ, ରାମ ଛତ୍ରିଆ, ନବିନ ସୁନା, ଉପେନ୍ଦ୍ର କୁମ୍ଭାର,ଅର୍ଜୁନ ହରିପାଲ, ଶଶୀକାନ୍ତ ମହାନନ୍ଦ, ଶଙ୍କର ସୁନା, ନିର୍ମଳ ସୁନା, ଅମିତ୍ କୁମ୍ଭାର, କମଳ ସୁନା ଓ ନରେଶ ହରିପାଲ।