ଅବସରର ତିନି ଦିନ ପୁର୍ବରୁ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ।

Spread the love

ଅବସରର ତିନି ଦିନ ପୁର୍ବରୁ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ।

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ୍ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଶୀଲ ପଣ୍ଡା ଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ୭ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ର ୬ ଡି ଏସ୍ ପି ଓ ୮ ଜଣ ନୀରିକ୍ଷକ ଙ୍କ ସହ ବହୁ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ନିଯୁକ୍ତି ହୋଇଛନ୍ତି। ସୁଚନା ଥାଊକି ଯନ୍ତ୍ରୀ ପଣ୍ଡା ବାବୁ ଆଉ ତିନି ଦିନ ପରେ ଅବସର ନେବାର ଥିଲା। ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏକକାଳୀନ ୭ ଟି ସ୍ଥାନ ଯଥା କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୁଡିଆଳି ଗ୍ରାମର ପୈତୃକ ଘର, ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ବେଢ ଗ୍ରାମର ଶ୍ଵଶୁର ଘର, ବ୍ରହ୍ମପୁର ରାମହରି ନଗର ସ୍ଥିତ ନିଜ ବାସସ୍ଥାନ, ଆଙ୍କୁଲି ସ୍ଥିତ ମୁକ୍ତେଶ୍ଵର ଆପାର୍ଟମେଂଟରେ ଦୁଇଟି ଫ୍ଲାଟ୍,ପୁରୀ ଚୁଡଙ୍ଗ ସାହି ସ୍ଥିତ ଗୋଟିଏ ଫ୍ଲାଟ୍ ଓ ଗଞ୍ଜାମ ବ୍ଳକ୍ ରେ ଥିବା ନିଜ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଛି। ଚଢ଼ାଉ ସମୟରେ ବହୁ ବାସଗୃହ ର ପ୍ରମାଣପତ୍ର, ବିପୁଳ ପରିମାଣ ର ନଗଦ ଟଙ୍କା ଓ ବହୁ ମୁଲ୍ୟର ସ୍ବର୍ଣ୍ଣ ଅଳଙ୍କାର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ଆୟ ବହିର୍ଭୁତ ସମ୍ପତ୍ତି ର ଆକଳନ ହୋଇନଥିବା ଜଣାପଡିଛି।