ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ପର୍ଯ୍ୟଟକ ଫେରି ପାଇଲେ।

ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ପର୍ଯ୍ୟଟକ ଫେରି ପାଇଲେ।

ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ପର୍ଯ୍ୟଟକ ଫେରି ପାଇଲେ।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ଗତ ଅକ୍ଟୋବର ୨୬ ତାରିଖରେ ମୟୁରଭଞ ଜିଲ୍ଲା କପ୍ତିପଦା ଅଞ୍ଚଳର ଚନ୍ଦ୍ରକାନ୍ତ ସାହୁ ନିଜ ପରିବାର ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ବେଳେ ତାଙ୍କ ସ୍ତ୍ରୀ ବାଲି ଉପରେ ରଖିଥିବା ଭେନିଟି ବ୍ୟାଗ୍ ଟି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ଓ ଉକ୍ତ ବ୍ୟାଗ୍ ରେ ପ୍ରାୟ ୮ ଭରି ସ୍ବର୍ଣ୍ଣ ଅଳଙ୍କାର, କିଛି ନଗଦ ଟଙ୍କା ଓ ଏଟିଏମ୍ କାର୍ଡ ଥିଲା। କିନ୍ତୁ ପରିବାରର ସମସ୍ତେ ଉକ୍ତ ବ୍ୟାଗ୍ ଖୋଜି ପାଇନଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟଟକ ସାହୁ ଗତ ୧୭ ତାରିଖ ରେ ଗୋପାଳପୁର ଥାନା ରେ ଅଭିଯୋଗ ଦାଖଲ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ସୁଚିନ୍ତିତ ଅନୁଧ୍ୟାନ କରି ଗୋପାଳପୁର ସହର ନୁଆ ସାହିର ବି ରାମାରାଓ ନାମକ ଜଣେ ବ୍ୟକ୍ତି ଉକ୍ତ ବ୍ୟାଗ୍ ପାଇଥିବା ଜାଣି ତାଙ୍କ ଘରେ ପହଞ୍ଚି ଉକ୍ତ ବ୍ୟାଗ୍ ଜବତ କରି ଯାଞ୍ଚ କରିବା ବେଳେ କିଛି ସ୍ବର୍ଣ୍ଣ ଅଳଙ୍କାର ଅଛି ଓ ଆଉ କିଛି ଅଳଙ୍କାର ରାମାରାଓ ବ୍ୟାଙ୍କରେ ବନ୍ଧା ପକାଇ ଥିବା ଜଣାପଡିଥିଲା। ପୋଲିସର ହସ୍ତକ୍ଷେପ ପରେ ରାମାରାଓ ବ୍ୟାଙ୍କରେ ବନ୍ଧା ରଖିଥିବା ଅଳଙ୍କାର ଆଣି ପୋଲିସ କୁ ହସ୍ତାନ୍ତର କରି ସର୍ତମୂଳକ ଜାମିନ ରେ ଘରକୁ ଯାଇଥିଲେ। ଅପରପକ୍ଷରେ ପୋଲିସ ଏତଲାକାରୀ ଚନ୍ଦ୍ରକାନ୍ତ ସାହୁ କୁ ଡକାଇ ଉକ୍ତ ସ୍ବର୍ଣ୍ଣ ଅଳଙ୍କାର କୁ ଫେରାଇ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି।