ମିସ୍ ୟୁନିଭର୍ସ ଇଣ୍ଡିଆ 2025 ହେଲେ ରାଜସ୍ଥାନର ମନିକା ବିଶ୍ୱକର୍ମା

Spread the love

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ହେଲେ ରାଜସ୍ଥାନର ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ: ସାରା ଦେଶରେ ହୋଇଥିବା କଡା ପ୍ରତିଯୋଗିତାରୁ ଉଦ୍ଭାସିତ ହୋଇ, ରାଜସ୍ଥାନର ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ ଜିତିଛନ୍ତି। ସୋମବାର (ଅଗଷ୍ଟ 18) ସେ ଏହି ସମ୍ମାନଜନକ ମୁକୁଟରେ ସୁଶୋଭିତ ହେଲେ।ଏହି ପ୍ରତିଯୋଗିତାର ଫାଇନାଲରେ ସାରା ଭାରତରୁ 48 ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ମନିକା ନିଜର ବ୍ୟକ୍ତିତ୍ୱ, କ୍ଷମତା ଓ ସ୍ୱତନ୍ତ୍ର ପ୍ରତିଭାରେ ସବୁଙ୍କୁ ପଛକୁ ଛାଡ଼ି ଏହି ମହାନ ଖିତାବ ଜିତିଥିଲେ।

ଏହି ପ୍ରତିଯୋଗିତାରେ —ତାନ୍ୟା ଶର୍ମା (ଉତ୍ତରପ୍ରଦେଶ) ପ୍ରଥମ ରନର୍ସ ଅପ୍,ମେହକ ଢ଼ିଙ୍ଗରା (ହରିୟାଣା) ଦ୍ୱିତୀୟ ରନର୍ସ ଅପ୍,ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ ହୋଇଥିବା ଜଣାଯାଇଛି।ମନିକା ବିଶ୍ୱକର୍ମାଙ୍କ ବିଜୟରେ ରାଜସ୍ଥାନ ସହ ସାରା ଦେଶ ଗର୍ବିତ ହୋଇଛି।