ମୁଖ୍ୟ ରାସ୍ତା ଠାରୁ ୮ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି କମନିଟି ହଲ୍ ଉଦଘାଟନ କଲେ ବିଧାୟକ ।

ମୁଖ୍ୟ ରାସ୍ତା ଠାରୁ ୮ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି କମନିଟି ହଲ୍ ଉଦଘାଟନ କଲେ ବିଧାୟକ ।

ମୁଖ୍ୟ ରାସ୍ତା ଠାରୁ ୮ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି କମନିଟି ହଲ୍ ଉଦଘାଟନ କଲେ ବିଧାୟକ ।

ଗଜପତି -ମନୋଜ ପାଢୀ/ ମୂଖ୍ୟ ରାସ୍ତା ଠାରୁ ୮ କିଲୋମିଟର ଘାଟି ରାସ୍ତା ଅତିକ୍ରମ କଲେ ପହଞ୍ଚି ହୁଏ ତାମସିଂ ଗ୍ରାମରେ। ଏଯାଏଁ ଗାଁକୁ ନିର୍ମାଣ ହୋଇ ପାରିନାହିଁ ଭଲ ରାସ୍ତା ଟିଏ। ବର୍ଷା ଦିନ ଆସିଲେ ଭଗବାନଙ୍କ ଭରସାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତ ତାମସିଂ, ପାଙ୍ଗୁଡା ଓ ତଳ ତାମସିଂ ଗ୍ରାମର ଏକମାତ୍ର ଗମନାଗମନର ରାସ୍ତା ଆମ୍ବାଜରୀ ଠାରୁ ତାସମିଂ ରାସ୍ତାର ଏ ହେଉଛି ବିକଳ ଚିତ୍ର। ଗ୍ରାମରେ ୬୦ ରୁ ଉର୍ଦ୍ଧ ଆଦିବାସୀ ପରିବାରର ୩୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି। ଗାଁ କୁ ରାସ୍ତା ନଥିବା ବେଳେ ରାସ୍ତାର ଅତ୍ୟାବଶ୍ୟକ ସ୍ଥାନରେ ସିମେଣ୍ଟ ରାସ୍ତା ନିର୍ମାଣ କରିବାକୁ ପାଣ୍ଠି ଦେଇଥିଲେ ବିଧାୟକ ଉକ୍ତ ରାସ୍ତା ସହ ଅଞ୍ଚଳ ବାସୀଙ୍କ ଅନୁରୋଧରେ ଏଥିସହ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ଗ୍ରାମରେ ନିର୍ମାଣ ହୋଇଥିବା କୋଠଘରର ଉନ୍ମୋଚନ କରିବାକୁ ଉକ୍ତ ରାସ୍ତାରେ ତାମସିଂ ଗାଁରେ ପହଞ୍ଚିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ଗ୍ରାମରେ ପ୍ରଥମ ଥର ଜଣେ ବିଧାୟକ ପାଦ ଦେଇଥିବାରୁ ଗ୍ରାମବାସୀଙ୍କ ଉତ୍ସାହ କହିଲେ ନସରେ। ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ମୂଖ୍ୟତଃ ରାସ୍ତା ନଥିବାରୁ ପିଲାଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହେଉଛି, ଯେଉଁ ଛାତ୍ରଛାତ୍ରୀମାନେ ସକାଳୁ ଏତେ ଦୂର ରାସ୍ତା ଚାଲି ଚାଲି ସ୍କୁଲକୁ ଗଲେ ଫେରିବା ବେଳକୁ ରାତି ‌ହେଉଛି। ଏପରି ସ୍ଥଳେ ଗ୍ରାମରେ ବନ୍ଦ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବା ନେଇ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ଗ୍ରାମବାସୀ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ତ ଦୂରର କଥା, ସ୍ବାସ୍ଥ୍ୟ ଖରାପ ଅବା ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ନେବାକୁ ପଡୁଛି। ଏତେ ଦୂର ଘାଟି ପାହାଡ ରାସ୍ତାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସରକାରଙ୍କ ଯୋଗାଣ ସାମଗ୍ରୀ, ତଥା ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା ଆଣିବା କଷ୍ଟସାଧ୍ୟ ହୋଇଛି। ତେବେ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ଏହି ଅବସରରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ସ୍ଥାନୀୟ ସରପଞ୍ଚ ଜନ୍ ମଣ୍ଡଳ, ଓ୍ବାର୍ଡ ମେମ୍ବର ସଙ୍ଗୀତା ଭୂୟାଁ, ଇଫ୍ରିୟମ ଭୂୟାଁ , ୟୁକି ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।