ଖ୍ରୀଷ୍ଟମାସ ଉପଲକ୍ଷେ ଶୋଭାଯାତ୍ରା ଆହୋଜିତ
ସୁନାବେଡା,ସେମିଳିଗୁଡା ୧୭|୧୨|ଆଜି ଖ୍ରୀଷ୍ଟୟ ସମାଜ ଓ ପାଳକୀୟ ସମ୍ମିଳନୀ ଆନୁକୂଲ୍ୟରେ ଖ୍ରୀଷ୍ଟ ମାସ ଆଗମନର ପର୍ବରେ ଏକ ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପାଳକିୟ ସମ୍ମିଳନୀର ସଭାପତି ରେଭ ଦାନିଏଲ ଖରା ଓ ସମ୍ପାଦକ ରେଭ୍ ସୁନିଲ କ୍ଷତ୍ରିୟ ଙ୍କ ନେତୃତ୍ୱରେ ବିଶପ ସିନ୍ଧୁ ପାଣି ପ୍ରାର୍ଥନା କରି ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ। ଉକ୍ତ ଶୋଭା ଯାତ୍ରା ସେମିଳିଗୁଡା ନୁଆ ହାଟ ପଦା ଠାରୁ ଆରମ୍ଭ ହୋଇ ସେମିଳିଗୁଡା ଲାଇଟ୍ ହାଉସ୍ ଚର୍ଚ୍ଚ ରେ ସମାପ୍ତ ହୋଇଥିଲା ।
ଏଥିରେ ସୁନାବେଡା ଓ ସେମିଳିଗୁଡା ଦାମନଯୋଡି ଅଞ୍ଚଳର ହଜାର ,ହଜାର ଖ୍ରୀଷ୍ଟ ବିଶ୍ୱାସୀ ଭାଇ,ଭଉଣୀ ଅଂଶ ଗ୍ରହଣ କରିଥିଲେ। ସୁନାବେଡା ରୁ ସନ୍ଜୟ କୁମାର ଡ଼ଙ୍ଗରି, ବିପୁଲ ଟାକ୍ରି, ନିରଞ୍ଜନ ବାଘ,ବରମେଶ କୁଲଦିପ ଯୋଗ ଦେଇଥିଲେ । ଦାମନଯୋଡି ରୁ ରଜତ ବାଘ, ଜଗତ ହିଆଲ୍, ଅମିତ ଚେଟି, ଆର୍ କେ ଛିନଛାଣି, ଅଂଶ ଗ୍ରହଣ କରିଥିବା ବେଳେ ଗୀତ ସଙ୍ଗୀତରେ ,ପାଳକ ମଜେସ ରାଜକୁମାର, ସଲମନ କୁଲଦିପ୍ ଓ ଡଲସ୍ ଖ୍ରୀଷ୍ଟୀୟନ ଗେଲେରି ଦଳ କାର୍ଯ୍ୟକ୍ରମ ତୁଳାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟ ରେଭ ଏକେ ଡେଭିଡ଼ ରାଜ, ରମେଶ ଖୋସ୍ଲା , ବି .କରୁଣାକର . ଜି ସାମୁଏଲ, ରାଜେନ୍ଦ୍ର ଧଡ଼କା. ହୋନକ ଭତ୍ରା, ,ସମ୍ପଦ ଖରା , ରଞ୍ଜିତ ଶ୍ରୀ ହରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ରେଭ ସୁନୀଲ କ୍ଷତ୍ରିୟ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଶେଷ ପ୍ରାର୍ଥନା କରି ଦାନିୟଲ ଖରା ଓ ଏନ୍ ଭି ରାଭବାଲୁ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓ ପାଳକ ଚେତନ୍ ନାୟକ, ପ୍ରଶାନ୍ତ ଶାଙ୍ଗୁଡୁ , ଏ ଗିଦିୟୋନ, ଯୋଗ ଦେଇଥିଲେ।
report by ch Kurma Rao semiliguda
