ମାଲକାନଗିରି ଜିଲ୍ଲାପାଳଙ୍କ ଅନନ୍ୟ ପ୍ରୟାସ: ବଣ୍ଡା ପିଲାଙ୍କୁ ଇଂରାଜୀ ଓ ସଂସ୍କୃତ ପଢାଇଲେ
ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ମୁଦୁଲିପଡ଼ା ରେ ଅବସ୍ଥିତ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି, ସେଠାରେ ପଢୁଥିବା ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କୁ ନିଜ ହାତେ ଇଂରାଜୀ ଓ ସଂସ୍କୃତ ପଢ଼ାଇଲେ। ସେ ଛାତ୍ରୀମାନଙ୍କ ସହ ଆନନ୍ଦଦାୟକ ଭାବରେ ଅନ୍ତର୍କ୍ରିୟା କରି ଅନେକ ଶିକ୍ଷାତ୍ମକ ପ୍ରଶ୍ନ ପଚାରି ତାଙ୍କର ଜ୍ଞାନ ଓ ରୁଚି ବୁଝିବା ଚେଷ୍ଟା କଲେ। ଏହି ପ୍ରୟାସ ଏକ ଅନୁକରଣୀୟ ଦୃଷ୍ଟାନ୍ତ ରୂପେ ଦେଖାଯାଉଛି, ଯାହା ଶିକ୍ଷା ପ୍ରତି ତାଙ୍କ ନିଷ୍ଠା ଓ ସମର୍ପଣକୁ ପ୍ରମାଣିତ କରେ।


