108 କୁଣ୍ଡୀୟ ବୈଦିକ ବିଶ୍ୱାଶାନ୍ତି ଦେବ ମହାଯଜ୍ଞ ନିମନ୍ତେ ଏକ ଅସ୍ଥାୟୀ କାର୍ଯ୍ୟଳୟ ଉଦଘାଟିତ ହେବ

108 କୁଣ୍ଡୀୟ ବୈଦିକ ବିଶ୍ୱାଶାନ୍ତି ଦେବ ମହାଯଜ୍ଞ ନିମନ୍ତେ ଏକ ଅସ୍ଥାୟୀ କାର୍ଯ୍ୟଳୟ ଉଦଘାଟିତ ହେବ
Spread the love

108 କୁଣ୍ଡୀୟ ବୈଦିକ ବିଶ୍ୱାଶାନ୍ତି ଦେବ ମହାଯଜ୍ଞ ନିମନ୍ତେ ଏକ ଅସ୍ଥାୟୀ କାର୍ଯ୍ୟଳୟ ଉଦଘାଟିତ ହେବ
ରାୟଗଡା (ଅମୁଲ୍ୟ ନିଶଙ୍କ ) : ଗୁରୁକୁଳ ହରିପୁର ନୂଆପୋଡ଼ା ଙ୍କ ଆନୁକୂଲ୍ୟରେ ରେ ପବିତ୍ର ମାଘପୂର୍ଣ୍ଣିମା ଉପଲକ୍ଷେ ଆସନ୍ତା ଜାନୁଆରୀ ମାସ 31 ଓ ଫେବୃଆରୀ ମାସ 1 ଓ 2 ତାରିଖ ତିନିଦିନ ଧରି ବିଶ୍ୱ ର କଲ୍ୟାଣ ନିମନ୍ତେ ସ୍ଥାନୀୟ ଜି ସି ଡି ସ୍କୁଲ ଖେଳପଡ଼ିଆ ଠାରେ 108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ଅନୁଷ୍ଠିତ ହେବା କୁ ଯାଉଛି l ସେଥିପାଇଁ ଆଜି ରାୟଗଡା ରିଙ୍ଗ ରୋଡ ସ୍ଥିତ କୋଣ୍ଡା ବାବୁ ଙ୍କ ଅଫିସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜାନୁଆରୀ ମାସ 31 ତାରିଖ ଦିନ ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଠାରେ ପୂଜା ଅର୍ଚ୍ଚନା କରି ସ୍ଥାନୀୟମା ମାମଙ୍ଗଳା ମନ୍ଦିର ଠାରେ ପହଂଚି ସେହିଠାରୁ ଏକ ବିରାଟ କଳସ ଯାତ୍ରାରେ 501 ଜଣ ମହିଳା ଛୋଟ ଛୋଟ ଝିଅ ପିଲାମାନେ କଳସ ଧରି ବାହାରି ଗାୟତ୍ରୀ ମନ୍ଦିର କଲେଜ ରୋଡ ଦେଇ ମୁଖ୍ୟ ରାସ୍ତା ହୋଇ ମହାଯଜ୍ଞ ପଡିଆ ରେ ପହଂଚିବା ପାଇଁ ନିଷ୍ପତି ହୋଇଛି l ଏହି ଦିନ ସନ୍ଧ୍ୟା ରେ ଦେବ ପ୍ରବଚନ ମନୁଷ୍ୟ ଜୀବନ ର ଲକ୍ଷ୍ୟ ଉପରେ ପ୍ରବଚନ ହେବ l ଫେବୃଆରୀ 1 ତାରିଖ ରେ ସଖାଳୁ 108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ସନ୍ଧ୍ୟା ରେ ଦୁଃଖ ନିବୃତ୍ତି ଓ ସୁଖ ପ୍ରାପ୍ତିର ଉପାୟ ଉପରେ ପ୍ରବଚନ ଠିକ ସେହିପରି 2 ତାରଖ ରେ 108 କୁଣ୍ଡୀୟ ମହାଯଜ୍ଞ ବେଦ ପ୍ରବଚନ ସହିତ ପୂର୍ଣ୍ଣାହୁତି ହେବ l ରାୟଗଡା ସହର ରେ ପ୍ରଥମ କରି ଏହି 108 କୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ରୁ ଏହା ମୋହତ୍ୱପୂର୍ଣ୍ଣ ଓ ଐତିହାସିକ ଯଜ୍ଞ ରେ ସପତ୍ନୀକ ଯଜମାନ ହେଇ ପୁଣ୍ୟ ଭାଗୀ ହେବା ସହିତ ଯଜ୍ଞ ଯଭଗବାନ ଙ୍କ ଆଶିଷ ଲାଭ ନିମନ୍ତେ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l ଯଜ୍ଞ କୁ କିପରି ଭାବେ ପରିଚାଳନା ନିମନ୍ତେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଗାୟତ୍ରୀ ମନ୍ଦିର ରାସ୍ତାରେ ରିଙ୍ଗ ରୋଡ ଠାରେ ଚଳିତ ମାସ 17 ତାରିଖ ବୁଧବାର ଦିନ ସକାଳ 10 ଘଂଟିକା ସମୟରେ ହିନ୍ଦୁ ରୀତି ନିୟମ ମୁତାବକ ପୂଜାର୍ଚନା କରି କାର୍ଯ୍ୟାଳୟ ଖୋଲାଯିବ ବୋଲି ଆୟୋଜକ ମିଟ୍ସ ଅଧକ୍ଷ ବାଳ କୃଷ ପଣ୍ଡା ଜଣାଇଛନ୍ତି ସେ ପୁଣିକହିଛନ୍ତି ଯେ ରାୟଗଡା ସହr ର 23 ଗୋଟି ୱାର୍ଡ କୁ ଯାଇ ଆସ୍ଥାହୀ କାର୍ଯ୍ୟାଳୟ ଖୋଲିବା ନେଇ ଜନସାଧାରଣ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ପାଇଁ ନିବେଦନ କରିଛନ୍ତି l ଆସନ୍ତା ମାସ ଜାନୁଆରୀ 12 ତାରିଖ ରେ ଜି ସି ଡି ଖେଳ ପଡିଆ ଠାରେ 108 କୁଣ୍ଡୀୟ ବୈଦିକ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ହେବବୋଲି ଜଣାଇଛନ୍ତି l ଆଜିର ଏହି ବୈଠକ ରେସ୍ୱାମୀ ବ୍ରହ୍ମଚାରୀ ଚୈତନ ଜି ବିଶ୍ୱକଲ୍ୟାଣ ସାଧନା ସମିତି ଅଧକ୍ଷ, ଉଦୟ ପଣ୍ଡା, କେ ସି ପଟ୍ଟନାୟକ, ଚକ୍ର ଧର ବିଡ଼ିକ, ବିରଜା ପାତ୍ର, ଜିତେନ୍ଦ୍ର ବେହେରା ଙ୍କ ସମତେସମାଜ ର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ଏହି 108 କୁଣ୍ଡୀୟ ମହାଯଜ୍ଞ କୁ ଆୟୋଜନ କରିଛନ୍ତି ବଲକୃଷ୍ଣ ପଣ୍ଡା ମିଟ୍ସ ଅଧକ୍ଷ ଓ ହରିପୁର ଗୁରୁକୁଳ ନୂଆପୋଡ଼ା l ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତି ପାଇଁ ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ଆୟୋଜକ ମୁଖ୍ୟ ବଲକୃଷ୍ଣ ପଣ୍ଡା ଙ୍କୁ କହିଛନ୍ତି l ଏହି ଯଜ୍ଞ ରାୟଗଡା ସହର ରେ ଶାନ୍ତି ଆଣିବ ବୋଲି କୋଣ୍ଡା ବାବୁ କହିଛନ୍ତି l
ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ