108 କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଂଜ୍ଞ ର ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

108 କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଂଜ୍ଞ ର ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ
Spread the love

108 କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଂଜ୍ଞ ର ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ
ରାୟଗଡା : (ଅମୁଲ୍ୟ ନିଶଙ୍କ ): ଗୁରୁକୁଳ ହରିପୁର ନୂଆପୋଡ଼ା ଙ୍କ ଆନୁକୂଲ୍ୟରେ ରେ ପବିତ୍ର ମାଘପୂର୍ଣ୍ଣିମା ଉପଲକ୍ଷେ ଆସନ୍ତା ଜାନୁଆରୀ ମାସ 31 ଓ ଫେବୃଆରୀ ମାସ 1 ଓ 2 ତାରିଖ ତିନିଦିନ ଧରି ବିଶ୍ୱ ର କଲ୍ୟାଣ ନିମନ୍ତେ ସ୍ଥାନୀୟ ଜି ସି ଡି ସ୍କୁଲ ଖେଳପଡ଼ିଆ ଠାରେ 108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ଅନୁଷ୍ଠିତ ହେବା କୁ ଯାଉଛି l ସେଥିପାଇଁ ଆଜି ରାୟଗଡା ରିଙ୍ଗ ରୋଡ ସ୍ଥିତ କୋଣ୍ଡା ବାବୁ ଙ୍କ ଅଫିସ କଡ଼ ରେ ଗାୟତ୍ରୀ ମନ୍ଦିର ଯିବା ରାସ୍ତାରେ ଏକ ଅସ୍ଥାୟୀ( ମୁଖ୍ୟ ) କାର୍ଯ୍ୟାଳୟ ଆଜି 17 ତାରିଖ ବୁଧବାର ଦିନ ସକାଳ 10 ଘଂଟିକା ସମୟରେ ହିନ୍ଦୁ ରୀତି ନିୟମ ମୁତାବକ ପୂଜାର୍ଚନା କରି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l

ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମିଟ୍ସ ଅଧକ୍ଷ ବାଳ କୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ଅନ୍ୟ ତମ ଅତିଥି ଭାବେ ନୂଆପୋଡ଼ା ଗୁରୁକୁଳ ହରିପୁର ସ୍ୱାମୀ ମୁନିଜି ମହାରାଜ, ଯନ୍ତ୍ରୀ ସୁବ୍ରତ ସାମଲ, ଚୈତନ୍ୟ ଜି ମହାରାଜ(ବୁଝିଜି ସ୍ୱାମୀ), ଦିବ୍ୟଜୀବନ ସଙ୍ଘ ରାୟଗଡା ଶାଖା ର ସ୍ୱାମୀ ତନ୍ମୟା ନବ୍ଦ ଜି, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ କଳିରାମ ମାଝୀ, ବିଜେପି ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ,ରାୟଗଡା ଟ୍ରକ ମାଲିକ ସଙ୍ଘ ର ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, ବିଜେପି ର ପୂର୍ବତନ ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ମଞ୍ଚସିନ ରହିଥିଲେ l ଆଜି 51 ବେଦୀୟ ବିଶ୍ୱ ଶାନ୍ତି ଗୋମୟ ଯଂଜ୍ଞ ସମାପନ ପରେ ଉପସ୍ଥିତ ଅତିଥି ଙ୍କ ଦ୍ୱାରା ଏହି କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା l
ଆୟୋଜକ ମିଟ୍ସ ଅଧକ୍ଷ ବାଳ କୃଷ ପଣ୍ଡା ଜଣାଇଛନ୍ତି ଯେ ରାୟଗଡା ସହର 23 ଗୋଟି ୱାର୍ଡ ସହିତ ଜ଼ିଲ୍ଲା 11 ଗୋଟି ବ୍ଲକ ର ସମସ୍ତ ଗ୍ରାମ କୁ ଯାଇ 108 କୁଣ୍ଡ ବୈଦିକ ଯଂଜ୍ଞ ନିମନ୍ତେ ପ୍ରଚାର ପ୍ରସାର କରାଯିବ ବୋଲି କହିଛନ୍ତି l ସେ ପୁଣି ସୂଚନା ଦେଇ କହିଛନ୍ତି ଜେ ଆସନ୍ତା ମାସ ଜାନୁଆରୀ 12 ତାରିଖ ରେ ଜି ସି ଡି ଖେଳ ପଡିଆ ଠାରେ 108 କୁଣ୍ଡୀୟ ବୈଦିକ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ହେବବୋଲି ଜଣାଇଛନ୍ତି l ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ରେସ୍ୱାମୀ ବ୍ରହ୍ମଚାରୀ ଚୈତନ ଜି ବିଶ୍ୱକଲ୍ୟାଣ ସାଧନା ସମିତି ଅଧକ୍ଷ, ଉଦୟ ପଣ୍ଡା, କେ ସି ପଟ୍ଟନାୟକ, ଚକ୍ର ଧର ବିଡ଼ିକ, ବିରଜା ପାତ୍ର, ଜିତେନ୍ଦ୍ର ବେହେରା ଙ୍କ ସମତେ ସମାଜ ର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ଏହି 108 କୁଣ୍ଡୀୟ ମହାଯଜ୍ଞ କୁ ଆୟୋଜନ କରିଛନ୍ତି ବଲକୃଷ୍ଣ ପଣ୍ଡା ମିଟ୍ସ ଅଧକ୍ଷ l
ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ