ଧରାକୋଟ/ଭଂଜନଗର: ସୁବର୍ଣ୍ଣପୁର ଗ୍ରାମରେ ଶନିବାର ଅପରାହ୍ଣରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଦୀର୍ଘ ୨୮ ବର୍ଷ ଧରି ଗ୍ରାମବାସୀଙ୍କ ଯାହା ଦାବି ଓ ସ୍ବପ୍ନ ରହିଛି, ସେହି ପ୍ରତିଶ୍ରୁତି ଆଜି ପୂରଣ ହୋଇଛି।ସୁବର୍ଣ୍ଣପୁରବାସୀଙ୍କ ନିବେଦନକୁ ରାଜ୍ୟ ସରକାର ଗୁରୁତ୍ୱର ସହିତ ଶୁଣି ତୁରନ୍ତ କାର୍ଯ୍ୟରେ ପରିଣତ କରିଛନ୍ତି। ଗ୍ରାମରେ ବିଦ୍ୟୁତ୍ ଆସିବା ପରେ ଆଜି ଖୁସିର ଲହରୀ ଦେଖାଯାଇଛି।ପିଲାମାନେ ଏବେ ଡିବିରି ଓ ଲଣ୍ଠନ ଆଲୋକ ବଦଳରେ ବିଦ୍ୟୁତ୍ ବଲ୍ବ ଆଲୋକରେ ପାଠ ପଢୁଛନ୍ତି। ଗ୍ରାମର ମହିଳାମାନେ ମଧ୍ୟ ସ୍ୱଚ୍ଛ ଓ ଜ୍ୟୋତ୍ସ୍ନାମୟ ଆଲୋକରେ ରୋଷେଇ କରୁଛନ୍ତି।ଗ୍ରାମବାସୀଙ୍କ ଦୀର୍ଘ ସଂଘର୍ଷ, ନିବେଦନ ଓ ଅପେକ୍ଷାର ଶେଷରେ — ସୁବର୍ଣ୍ଣପୁରରେ ବିଦ୍ୟୁତ୍ ଆସିବାକୁ ସମସ୍ତେ ଐତିହାସିକ ଦିନ ବୋଲି ବର୍ଣ୍ଣନା କରୁଛନ୍ତି।
୨୮ ବର୍ଷର ଅପେକ୍ଷାର ଶେଷ — ସୁବର୍ଣ୍ଣପୁର ଗ୍ରାମରେ ବିଦ୍ୟୁତ୍ ସଂଯୋଗ, ଖୁସିରେ ସୁବର୍ଣ୍ଣପୁର
