ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜାତୀୟ ପତାକା ତିଆରି କରି ଆମେ ଗର୍ବିତ , ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।
ଗଜପତି(ମନୋଜ ପାଢୀ) ୧୨/୮/ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବେଶ ଖୁସି ଅଛୁ । ତ୍ରିରଙ୍ଗା ପତାକା ସିଲାଇ ଆମେ ଦେଶ ପାଇଁ ଏକନ କର୍ମକାରୀ ହେବାର ସୁଯୋଗ ପାଇଛୁ , ସେଥିପାଇଁ ଆମେ ଗର୍ବିତ , ତେଣୁ ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ୍ ଜଣାଉଛୁ ବୋଲି କହିଛନ୍ତି , ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ରର ସମ୍ପାଦିକା ଗିତାରାଣୀ ପଟ୍ଟନାୟକ ଏବଂ ବରିଷ୍ଠ ସଦସ୍ୟା ଆଶାରାଣୀ ଜେନା ।
ପ୍ରତିବର୍ଷ ଭଳି ଚଳିତ ଥର ପାଇଁ ମଧ୍ୟ ଆମ ଗଜପତି ଜିଲ୍ଲାର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ଆମକୁ ଆମର ସିଲେଇ ଓ ତାଲିମ କେନ୍ଦ୍ରକୁ ମିଳିଛି । ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ୍ ମଧ୍ୟରୁ ୩ ଗୋଟି ବ୍ଲକ ରାୟଗଡ଼ , ନୂଆଗଡ ଓ ଗୋଷାଣୀ ବ୍ଲକ୍ ପାଇଁ ଆମେ ୪୩ ହଜାରରୁ ଅଧିକ ତ୍ରିରଙ୍ଗା ପତାକା ସିଲାଇ କରୁଛୁ । ଆମ ସିଲେଇ ୟୁନିଟରେ ୧୪ ଟି ଏସଏଚଜି: ର ୨୦ ଜଣ ମହିଳା ସଦସ୍ୟା ଅଛୁ ଓ ସିଲେଇ କରୁଛୁ । ଏହାଦ୍ବାରା ଆମେ ସ୍ୱାବଲମ୍ବୀ ହୋଇପାରିବା ସହ ଆମ ମନରେ ଦେଶପ୍ରିତି ଭାବନା ଉଦ୍ରେକ ହେଉଛି ଏବଂ ଏହା ଆଗାମୀ ସ୍ଵାଧୀନତା ଦିବସ ପାଇଁ ଏକତା ଓ ଗୌରବର ସନ୍ଦେଶ ପ୍ରସାର ପାଇଁ ସହାୟକ ହେବ ବୋଲି କହିଥିଲେ । ସେହିଭଳି ରାୟଗଡ଼ ବ୍ଲକ୍ ବିଡ଼ିଓ ଶ୍ରୀ ସନ୍ତୋଷ କୁମାର ବାରିକ ଏ ସମ୍ପର୍କରେ କହିଛନ୍ତି ଯେ , ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ଵାଧୀନତା ଦିବସର ମର୍ଯ୍ୟାଦା ପାଳନ କରିବା ପାଇଁ ଏହି ତ୍ରିରଙ୍ଗା ପତାକାର ପ୍ରସ୍ତୁତି , ତେଣୁ ସ୍ଵାଧୀନତା ଦିବସରେ ତ୍ରିରଙ୍ଗା ପତାକା ଉଡ଼ାଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରାଯିବ ବୋଲି କହିଥିଲେ ।
ଭାରତ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଛନ୍ତି । ଏ ପରିପେକ୍ଷୀ ରେ ରାଜ୍ୟ ସରକାର ଆଦେଶ କ୍ରମେ ମିଶନ ଶକ୍ତି ସଂଘ ମାନଙ୍କ ମାଧ୍ୟମ ରେ ଜିଲ୍ଲାର ପ୍ରତ୍ୟେକ ପରିବାର କୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ।
ରାୟଗଡ଼ ଠାରେ ଚାଲିଥିବା ଏହି ସିଲେଇ ୟୁନିଟ କୁ ମିଶନ ଶକ୍ତି ର ଏକାଉଣ୍ଟାଣ୍ଟ ଶ୍ରୀ ସଞ୍ଜୟ କୁମାର ଶବର ଏବଂ ଓଏଲଏମ: ର ବିପିଏମ: ଶ୍ରୀ ପ୍ରଫୁଲ୍ଲ କୁମାର ସୁପରଭାଇଜ କରୁଛନ୍ତି!

