ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅବସରରେ ମହିଳା ମହାବିଦ୍ୟାଳୟ ପକ୍ଷରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ।

Spread the love

ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅବସରରେ ମହିଳା ମହାବିଦ୍ୟାଳୟ ପକ୍ଷରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ।

ଗଜପତି(ମନୋଜ ପାଢୀ) ୧୩/୮/ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପକ୍ଷରୁ “ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ତ୍ରିରଙ୍ଗା ପତାକା ଦେଖାଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ , ଅଧ୍ୟାପିକା ଓ କର୍ମଚାରୀ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ , ହର ଘର ତ୍ରିରଙ୍ଗା ପ୍ରଭୃତି ଦେଶଭାବ ସ୍ଲୋଗାନ ଦେଇ ସମଗ୍ର ସହର ପରିକ୍ରମା କରି ଜନସଚେତନ କରାଇଥିଲେ ।ଏହି ଅବସରରେ ଅଧ୍ୟକ୍ଷା ଡ଼ଃ ସାହୁ ଏବଂ ଜଣେ ଛାତ୍ରୀ କହିଛନ୍ତି ଯେ , ସ୍ଵାଧୀନତା ସଂଗ୍ରାମର ମହାନତାକୁ ସମ୍ମାନ ଜଣାଇବା ସହ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବାଦ ର ଜାଗରଣ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ।ତ୍ରିରଙ୍ଗା ପତାକା ଭାରତର ପରିଚୟ ଓ ଗୌରବ , ମାନ-ସମ୍ମାନ ଓ ସ୍ୱାଭିମାନ ର ପ୍ରତୀକ ବୋଲି କହି ଦେଶଭକ୍ତି ର ଭାବନା ନେଇ ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ଏବଂ ନିଜ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ଜାତୀୟ ଏକତା , ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟ ର ଭାବନା ବାଣ୍ଟିବା ବୋଲି କହିଥିଲେ ।