ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌରପରିଷଦରେ ବୃକ୍ଷରୋପଣ।

Spread the love

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌରପରିଷଦରେ ବୃକ୍ଷରୋପଣ।

ରାୟଗଡ଼ା: ପ୍ରତିବର୍ଷର ପରମ୍ପରାକୁ ଅଗ୍ରସର କରି, ଚଳିତ ବର୍ଷ ମଧ୍ୟ “ସ୍ୱାୟତ୍ତ ଶାସନ ଦିବସ – ୨୦୨୫” କୁ ଆଡମ୍ବରରେ ପାଳନ କରାଯାଇଛି । ଏହା ଅନୁସାରେ, ୨୦ ଅଗଷ୍ଟ ୨୦୨୫ ତାରିଖ ସକାଳ ୮ଟାରେ ରାୟଗଡ଼ା ପୌରପରିଷଦ ତରଫରୁ ଅଣ୍ଟାରିଗୁଡା ସ୍ଥିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା Smt ସୁବ୍ରା ପଣ୍ଡା ଏବଂ ପୌରପରିଷଦର ସମସ୍ତ ପରିଷଦ ବର୍ଗ ଓ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ ।ସମସ୍ତଙ୍କ ସମିଳିତ ପ୍ରୟାସରେ ପରିବେଶ ସୁରକ୍ଷା, ସୁନ୍ଦର ଓ ସବୁଜ ସହର ଗଠନ ପାଇଁ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।