ସେମିଳିଗୁଡା ବ୍ଲକ୍ ସ୍ତରୀୟ ପରବ ପାଳିତ

ସେମିଳିଗୁଡା ବ୍ଲକ୍ ସ୍ତରୀୟ ପରବ ପାଳିତ
Spread the love

ସେମିଳିଗୁଡା: କୋରାପୁଟ ଜିଲ୍ଲାର ଆଦିବାସୀ କଳା ଓ ସଂସ୍କୃତି ବଜାଇ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ବିଭାଗ ମିଳିତ ଆନୁକୁଲ୍ୟରେ ପାଳନ କରୁଥିବା କୋରାପୁଟ ପରବ- ୨୦୨୫ କୁ ସେମିଳିଗୁଡା ବ୍ଲକ୍ ଦ୍ଵାରା ପାଳିତ ହୋଇଯାଇଛି। ମଙ୍ଗଳ ବାର ସକାଳେ ତଳ ସାହି ରେ ନିଶାନି ମୁଣ୍ଡା ରେ ପୂଜା ଅର୍ଚ୍ଚନା କରି ମଶାଲ କୁ ଶଭା ଯାତ୍ରା ରେ ନାଚ ଗୀତରେ ମିନି ଷ୍ଟାଡିୟମ ରେ ଆଣିଥିଲେ।ପରେସେମିଳିଗୁଡା ଷ୍ଟାଡିୟମ ଠାରେ ଆୟୋଜିତ ପରବ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ପୂର୍ବତନ ବିଧାୟକ ପ୍ରିତମ ପାଢ଼ୀ, ପ୍ରଫୁଲ୍ଲ କୁମାର ପାଙ୍ଗି ଯୋଗଦେଇ ଆଦିବାସୀ ମାନଙ୍କ ବିତରେ ଲୁଛି ରହିଥିବା ପ୍ରତିଭା କୁ ବାହାର କରିବା ଉଦ୍ଦେଶ୍ୟ ରେ ପରବ ଆୟୋଜନ କରାଯାଇଥିବା ମତ ପ୍ରକାଶ କରିଥିଲେ। ଏହି ପରବ ରେ ସବୁ ଜନ ସାଧାରଣ ସାମିଲ ହେବା ସେ ମାନେ ଆୱାନ୍ ଦେଇଥିଲେ। ସମିତି ଅଧ୍ୟକ୍ଷା ଲିଲି ଅଣ୍ଟା ବିରିୟା ସଭାପତିତ୍ବ ଆୟୋଜିତ ପରବ କାର୍ଯ୍ୟକ୍ରମ ରେ ସମିତି ଉପାଧ୍ୟକ୍ଷ ଶିବା ବାଙ୍ଗାରି, ଜିଲ୍ଲା ପରିଷଦ ସଭ୍ୟ ମୋହନ ଜାନୀ , ଯଷଧା ଖିଲ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ କୁମାର୍ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର୍ ବେହେରା,ସହକାରୀ ଅଧିକ୍ଷଣ ଯନ୍ତ୍ରୀ ତୋଫାନ କୁମାର ନାଇକ,ବିଏସଏସଓଟି ସୁରଭି, ଗୌତମ ,
ବିଧାୟକ ପ୍ରତିନିଧି ମହେଶ୍ୱର କିଲୋ,ସଂସଦ ପ୍ରତିନିଧି ଜଗତ ରାୟ,
ଗ୍ରାମ ପଞ୍ଚାୟତ ଅଧିକାରୀ ସୁରେନ୍ଦ୍ର କୁମାର ମାଝୀଙ୍କ ସହ ୧୭ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ , ପିଇଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଥମ ଦିନ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୁଧବାର ଦ୍ଵିତୀୟ ଦିନରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ଲକ ପ୍ରଶାସନ ଠାରୁ ସୂଚନା ମିଳିଛି।ପ୍ରଥମ ଦିନ ଖେଳ ରେ ଭଲି ବଲ, କବାଡି ବିରିଷ୍ଟ ଓ କୋନିଷ୍ଟ, ମିହିଲା ଓ ପୁରୁଷ ର ଶହ ଦୁଇ ଶହ, ଚାରି ଶହ, ମିଟର ଦୌଡ଼,ହାଇ ଜୋମ୍ପ,ଲଙ୍ଗ ଜୁମ୍ପ, ସୂଟ ପୁଟ, ଖେଳର ଆୟୋଜନ କରା ଯାଇଥିଲା।report by ch Kurma Rao semiliguda